
ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ। ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍ ଚଢାଉ କରିଥିଲା । ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହାଙ୍କ ଘରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ ହୋଇଛି। ଏବଂ ଦୁଇ ବ୍ୟବସାୟୀଙ୍କୁ ପୁଲିସ୍ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଵିରମିତ୍ରପୁର ଗୋଲବଜାର ମାର୍କେଟରେ ଥିବା ତିନୋଟି ବେଆଇନ ଵାଣ ଦୋକାନରେ ଵିରମିତ୍ରପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ପ୍ରାୟ କୋଟିଏ ଟଙ୍କା ମୁଲ୍ୟର ଵାଣ ଜଵତ କରିଥିଲା ପୋଲିସ । ତିନୋଟି ଦୋକାନରେ ଵିନା ଲାଇସେନ୍ସରେ ଵେଆଇନ ଭାବେ ମହଜୁଦ ଥିବା ୫ ଶହ ୪୫ ପେଟି ଵାଣ ଜଵତ ହୋଇଥିଲା ।