୧୦ ଯାଏ ବଢ଼ିଲା ପ୍ରବେଶିକା ପରୀକ୍ଷା ପଞ୍ଜୀକରଣ

add-all

କଟକ: ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ରେଗୁଲାର କ୍ୟାଡରର ନିଯୁକ୍ତି ପାଇଁ ହେବାକୁ ଥିବା ଅନ୍‌ଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)ର ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି। ଆଶାୟୀମାନେ ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ନିମନ୍ତେ ପଞ୍ଜୀକରଣ କରିପାରିବେ।

କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲାରୁ ଥିବା ଆଶାୟୀଙ୍କର ଏହି ପଞ୍ଜୀକରଣ କ୍ଷେତ୍ରରେ ଯଦି କୌଣସି ସମସ୍ୟା ରହିଛି କିମ୍ବା ସୂଚନା ପାଇବାକୁ ଚାହୁଁଥିବେ ତା’ହେଲେ କଟକ ବକ୍ସିବଜାର କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଏହି ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଥିଲାବେଳେ ଶେଷ ତାରିଖ ଏପ୍ରିଲ ୧ ପର୍ଯ୍ୟନ୍ତ ରହିଥିଲା।

ad-week
Leave A Reply

Your email address will not be published.