ଗଞ୍ଜାମ ଜିଲ୍ଲା ରେ ଥିବା ମୂଲ୍ୟବାନ ଜମି ଏବେ ମାଫିଆ ଙ୍କ କବ୍ଜା ରେ : ଆସିକା ଏ.ସି.ଏମ.ପି. ସି ଏସ ର ଜମି ବିକ୍ରି ପାଇଁ ଚାଲିଛି ମସୁଧା…..!

ପୁଣି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଚର୍ଚ୍ଚା ରେ…..!

add-all


ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ରୂପେ ପରିଚିତ ଆସିକା ସହର। ଆସିକା ଅଞ୍ଚଳରେ ଥିବା ଏ.ସି.ଏମ.ପି.ସି.ଏସ ର ବହୁ ମୂଲ୍ୟବାନ ଜମିକୁ ଆସିକା ଅଞ୍ଚଳର କିଛି ଦଲାଲ ନିଜ ନାମରେ ଦସ୍ତାବିଜ କରି ବିକ୍ରି ପାଇଁ ମସୁଧା ଚଳେଇଥିବା ଚର୍ଚ୍ଚା ଏବେ ଜୋର ଧରିଛି। କିଛି ପ୍ରଭାବ ଶାଳୀ ଜମି ମାଫିଆ ମାନେ ଶାଗ ମାଛ ଦରରେ ଏହି ଜମି କ୍ରୟ କରିବା ପାଇଁ ଖସଡା ପ୍ରସ୍ତୁତ କରିଥିବା ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଥାଉକି ଆସିକା

(କଞ୍ଚା ହଳଦୀ ମୋହରେ ବାବୁ ମାନେ ମସଗୁଲ….)

ACMPCS ର ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଅତି ଚତୁରତା ସହ ତତ୍କାଳୀନ ଜିଲ୍ଲାପାଳ ଙ୍କୁ ଚକମା ଦେଖାଇ ନିଜ ଫାର୍ମ ନାଁ ରେ ନେଇଥିବାର ନଜିର ରହିଛି। ବର୍ତ୍ତମାନ ପୁଣି ବହୁ ମୂଲ୍ୟବାନ ଜମିର କାଗଜ ପତ୍ର କରିଥିବା ବ୍ୟକ୍ତିଙ୍କୁ ନିଜ ଅକ୍ତିଆର କୁ ଆଣି ବହୁମୂଲ୍ୟବାନ ଜମି ହଡପ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆସିକା ACMPCS ର ବହୁ ମୂଲ୍ୟ ବାନ ଜମି କୁ କବିସୂର୍ଯ୍ୟନ ଗର ଓ ଆସିକା ଅଞ୍ଚଳ ର ଜଣେ ଜମି ମାଫିଆ ସରକାରୀ କଳକୁ କଞ୍ଚା ହଳଦୀ ଯୋଗାଇ ଶାଗ ମାଛ ଦରରେ ଜମି ଗୁଡିକୁ ୩୦ ବର୍ଷ ଓ ୯୯ ବର୍ଷ ପାଇଁ ଲିଜ ନେଇଥିବା ଆଲୋଚନା ହୋଇ ଆସୁଛି। ଏହି କରିତକର୍ମା ବ୍ୟକ୍ତିଙ୍କ ହାତ ପୁରା ଲମ୍ବା ୟାଙ୍କ ହାତରେ ଆଇ.ପି.ଏସ ଓ ଆ.ଇ.ଏସ୍ ର କିଛି ଅଧିକାରୀ ଙ୍କ ଆଶୀର୍ବାଦ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ..

ad-week
Leave A Reply

Your email address will not be published.