ଛତ୍ରପୁର ପରିବହନ ବିଭାଗର ଚାରି ଗେଲ୍ହା ପୁଅ :ବଟି ଆଦାୟ ର ଶୀର୍ଷ ରେ ବିଶ୍ୱ, ଏବଂ ହରିଚନ୍ଦନ…!

add-all

ଏମ. ଭି. ଆଇ ଙ୍କ କାର୍ଯ୍ୟକାରୀତା ଉପରକୁ ଉଠିଲାଣି ଆଙ୍ଗୁଠି..!

ମନ୍ତ୍ରୀଙ୍କ ଜିଲ୍ଲାରେ ଦଲାଲ ବାବୁ ମାନଙ୍କ ଆତଙ୍କ ରାଜ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପରିବହନ କାଯ୍ୟାଳୟ ଏବେ ବଟି ଆଦାୟ କୁ ନେଇ ଚର୍ଚ୍ଚିତ। ରାଜପଥ କଡରେ ଚାରିଚକିଆ ଯାନ ରଖି ବିଶ୍ୱ, ଦିଲ୍ଲୀପ ଚନ୍ଦନ, ନିହାର ଓ ବିଜୟ ନାମକ କର୍ମଚାରୀ ମାନେ ଜୋର ଜୁଲୁମ କରି ଦୈନିକ ହଜାର ହଜାର ଟଙ୍କା ବଟି ଆଦାୟ କରୁଥିବା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଏହି ଚାରି ଜଣ ବ୍ୟକ୍ତି ରାଜପଥ ନିକଟରେ ବିଭିନ୍ନ ଯାଞ୍ଜ ବାହାନା ରେ ମାଲବାହୀ ଯାନବାହାନ କୁ ଅଟକାଇ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ଏବେ ଛତ୍ରପୁର ଆରଟିଓ କାର୍ଯ୍ୟାଳୟ ରେ ହେଉଛି। ଏହି ଚାରିଜଣ ଙ୍କ ଆତଙ୍କ ରାଜରେ ଡ୍ରାଇଭର ମାନେ ତ୍ରାହି ତ୍ରାହି ଡାକୁଥିବା ଦେଖିବାକୁ ମିଳୁଛି। ଏହି ଚାରିଜଣଙ୍କ ପ୍ରତି ସ୍ଥାନୀୟ ନେତାଙ୍କ ସମେତ କୁଆଡ଼େ ମନ୍ତ୍ରୀଙ୍କ ବି ଆଶୀର୍ବାଦ ରହିଥିବା ଆଲୋଚନା ହେଉଛି। ସରକାରୀ ଖୋଳରେ ଲୁଟୁ ଥିବା ରାଜପଥ ଲୁଟେରା ମାନଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହେଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବା ସହ ମୁଠା ମୁଠା ଟଙ୍କା ସହ ଖେଳୁଥିବା ଚେହେରା ବାହାରକୁ ଆସିବ। ସୂଚନା ଥାଉକି ତଳଦିନେ ଏହିପରି କାର୍ଯ୍ୟ ପାଇଁ ପୋଲିସ କିଛି ଦଲାଲ ବାନ୍ଧି ଥିଲା ବର୍ତ୍ତମାନ ପୁଣି ସେହି ଇତିହାସ ର ପୁନରାବୃତ୍ତି ହେଲାଣି l ଡବଲ ଇଞ୍ଜିନ ସରକାର କେବଳ କଥା ପ୍ରବଳ କିନ୍ତୁ କାମ ପୁରା ଦୁର୍ବଳ କହିଲେ କିଛିବି ଭୁଲ ହେବ ନାହିଁ କାରଣ ପରିବହନ ମନ୍ତୀ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ୱ କରୁଛନ୍ତି ତଥାପି ଜିଲ୍ଲାରେ ଦଲାଲ ଓ ମାଫିଆ କମ ନୁହନ୍ତି l ବର୍ତ୍ତମାନ ପୁଣି ଗଞ୍ଜାମ ଜିଲ୍ଲାr ପରିବହନ ବିଭାଗ ଦଲାଲ ଙ୍କ ଛତ୍ର ଛାୟା ତଳେ ଦେଖା ଯାଉ ଜିଲ୍ଲା ପରିବହନ ଅଧିକାରୀ ଏହାକୁ ନେଇ କଣ ପଦକ୍ଷେପ ନେବେ..? ନା ଏହି ବ୍ୟକ୍ତି ବିଶେଷ ଙ୍କୁ ସୁରକ୍ଷା ଦେବେ ତାହା ସମୟ ସାଫେକ୍ଷ୍ୟ….

ad-week
Leave A Reply

Your email address will not be published.