
ମାଲକାନଗିରି :ମାଲକାନଗିରି ଜିଲ୍ଲା ସିଖପାଲି ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଭର ସାମ୍ୟ ହୋରେଇ ଦୁର୍ଘଟଣା ଶିକାର ହେଇଥିବା ଦେଖିବାକୁ ମିଳିଛି, ଏହି ଦୁର୍ଘଟଣା ରେ ଡ୍ରାଇଭର ଙ୍କ ମୃତ୍ୟୁ ହେଇଥିବା ବେଳେ ସାଥୀ ସହଜଗି ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯୟୀ ସିଖପଲି ଗ୍ରାମ ପଞ୍ଚାୟତର ପାଳକଣ୍ଡା ଗ୍ରାମର ଦୁଇ ଯୁବକ ବାଲି ବୋଝେଇ ଟ୍ରାକ୍ଟର ନେଇ ନିଜ ଗ୍ରାମ ପାଳକଣ୍ଡା ଗ୍ରାମକୁ ଫେରୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇବାରୁ ଏକ ଗଛକୁ ପିଟି ଟ୍ରାକ୍ଟର ଟି ଓଲଟି ପଡିଥିଲା । ଘଟଣା ସ୍ଥଲରେ ଟ୍ରାକ୍ଟର ତଳେ ଚାପି ଡ୍ରାଇଭରଙ୍କର ମୃତ୍ୟୁ ହେଇଥିବା ବେଳେ ସାଥୀ ସହଯୋଗୀ ଗୁରୁତ୍ତର ଆହତ ହେଇଛନ୍ତି । ତେବେ, ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ୍ କୁ ସୂଚନା ଦେଇଥିଲେ । ଘଟଣାର ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ପୋଲିସ ଓ ଗ୍ରାମବାସୀଙ୍କ ସହୟତାରେ ଆମ୍ବୁଲାନ୍ସ ଦ୍ବାରା ମୃତକ ଭୀମ ମାଡକାମୀଙ୍କୁ ସହ ଗୁରୁତର ଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ।