‘ନିଜ ବସ୍‌ଙ୍କଠୁ କେବେ ଆଗକୁ ଯାଅନି…’ : ବହି ପଢି କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ୍ କଲେ ରାଘବ ଚଢା

add-all

ନୂଆଦିଲ୍ଲୀ, ୦୬/୦୪ : ଆମ୍ ଆଦମୀ ପାର୍ଟିରେ କିଛି ଠିକ୍ ଚାଲିନି । ଦଳର ରାଜ୍ୟସଭା ଉପନେତା ରାଘବ ଚଢାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଯାହାକୁ ନେଇ ଏବେ ଆପ୍ ବନାମ୍ ରାଘବ । ଆଫ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପରୋକ୍ଷରେ ଟାର୍ଗେଟ୍ କରୁଛନ୍ତି ରାଘବ । ଦଳ ସହ ମତଭେଦ ପରେ ନେତୃତ୍ୱକୁ ନେଇ କଟାକ୍ଷ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ରାଘବଙ୍କ ଏକ ପୋଷ୍ଟ୍ ଭାଇରାଲ ହେଉଛି ।
ଇନଷ୍ଟାଗ୍ରାମରେ ରାଘବ ଆମେରିକୀୟ ଲେଖକ ରବର୍ଟ୍ ଗ୍ରୀନଙ୍କ ‘ଦି ୪୮ ଲଜ୍ ଅଫ୍ ପାଓ୍ୱାର’ ବହି ପଢୁଥିବା ନଜର ଆସିଛନ୍ତି । ନିଜ ପୋଷ୍ଟର କ୍ୟାପ୍ସନରେ ସେ ଲେଖିଛନ୍ତି ଯେ, ଚଳିତ ସପ୍ତାହରେ ତାଙ୍କୁ କେହି ଜଣେ ବହି ଉପହାର ଦେଇଛନ୍ତି । କିନ୍ତୁ ଏହା ସହ ସମୟର ତାଳମେଳ ଖାପ ଖୁଆଇ ଚାଲିଛି । ଏହାକୁ ନଜର ଅନ୍ଦାଜ କରିବା କଷ୍ଟକର ଥିଲା । ସେ ପ୍ରଥମ ଚାପ୍ଟର ଖୋଲିଥିଲେ । ଯାହାର ଶୀର୍ଷକ ଥିଲା ‘ନେଭର୍ ଆଉଟସାଇନ୍ ଦି ମାଷ୍ଟର୍’ । ଯାହାର ଅର୍ଥ ହେଉଛି ଯେ କେବେ ବି ନିଜ ମାଷ୍ଟରଙ୍କ ଆଗକୁ ବଢିବା ପାଇଁ ପ୍ରୟାସ କର ନାହିଁ ।
ଏହି ଚାପ୍ଟରରେ ଆଗକୁ ଉଲ୍ଲେଖ ଅଛି ଯେ, ନିଜ ବସଙ୍କୁ ସଦାବେଳେ ଖୁସି କରାଇବା ଆବଶ୍ୟକ । ସେ ହିଁ ଶ୍ରେଷ୍ଠ ବୋଲି ସଦାବେଳେ କହିବା ଦରକାର । କିନ୍ତୁ ତାଙ୍କୁ ଖୁସି କରିବା ଚକ୍କରରେ ନିଜ ପ୍ରତିଭାକୁ ଅଧିକ ଆଗକୁ ବଢାଇବା ଅନୁଚିତ । କାରଣ ଏହାଦ୍ୱାରା ମାଷ୍ଟର ବା ବସଙ୍କ ମନରେ ଭୟ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇପାରେ । ନିଜ ଗୁରୁଙ୍କୁ ସର୍ବଦା ବାସ୍ତବତାଠାରୁ ଅଧିକ ଦକ୍ଷ ଏବଂ ବୁଦ୍ଧିମାନ ବୋଲି ବିବେଚନା କରିବା ଦରକାର । ଏହା କରିବା ଦ୍ୱାରା ସଫଳତାର ଶୀର୍ଷରେ ପହଁଚି ହେବ ବୋଲି ରାଘବ କହିଛନ୍ତି ।
ଗତ ଗୁରୁବାର ଆପ୍ ରାଘବ ଚଢାଙ୍କୁ ରାଜ୍ୟସଭାର ଉପନେତା ପଦରୁ ବାହାର କରିଦେଇଥିଲା । ତାଙ୍କ ଜାଗାରେ ଅଶୋକ ମିତଲଙ୍କୁ ଉପନେତା ନିଯୁକ୍ତ କରାଯାଇଥିଲା । ଏହାପରେ ରାଘବ ଏବଂ ଆପ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି ।
ଆପ୍ ନେତାଙ୍କ କହିବାନୁସାରେ, ଦିଲ୍ଲୀ ମଦ ଦୁର୍ନୀତିରେ କେଜରିଓ୍ୱାଲ ଗିରଫ ହୋଇଥିଲେ । କିନ୍ତୁ ଘଟଣାରେ ରାଘବ ଚୁପ୍ ରହିଥିଲେ । ସେ ମୁହଁ ଖୋଲିନଥିଲେ । ସେ ଦଳର ଦ୍ୱିତୀୟ ସାଂସଦ ଯାହାଙ୍କ ହାତ ଏବେ ଦଳ ଛାଡିଦେଇଛି । ପୂର୍ବରୁ ୨୦୨୪ରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲୀଓ୍ୱାଲ ଏବଂ ଆପ୍ ମଧ୍ୟରେ ମତଭେଦ ହୋଇଥିଲା ।

Leave A Reply

Your email address will not be published.