
ଶୁଣିବାକୁ ମିଳୁଛି ମେଡମ ଙ୍କ ସୁନା ପ୍ରତି ରହିଛି ପ୍ରବଳ ଦୁର୍ବଳତା ……!
ବ୍ରହ୍ମପୁର: ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ବାଲି ଘାଟକୁ ଏବେ ଜଣେ ଲେଡି ସିଙ୍ଗମ ବୋଲାଉଥିବା ମେଡ଼ମ ଅଚାନକ ଗସ୍ତ କରୁଥିବା ଲକ୍ଷ କରାଯାଇଛି। ବିଭିନ୍ନ ବାଲି ଘାଟକୁ ପରିଦର୍ଶନ ଆଳରେ ଯାଇ ମାସିଆରି ଲେଖା ଛିଡେଇବା ପାଇଁ କହୁଥିବା କଥା ବାହାରେ ଆଲୋଚନା ହେଉଛି। ଲେଡି ସିଂଙ୍ଘମ୍ ଙ୍କୁ କୁଆଡ଼େ ସୁନା ମୋହ ଥିବା ଯୋଗୁଁ ମେଡ଼ମ ଅର୍ଥ ଯୋଗାଡ଼ ଯନ୍ତ୍ରରେ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି। ମେଡ଼ମ ବାଲି ଘାଟ ପରିଦର୍ଶନ ପରେ ବାଲି ମାଫିଆ ମାନେ ନାକେଦମ ହେଉଥିବା ଚର୍ଚ୍ଚା ହେଲାଣି। ମେଡ଼ମ ଙ୍କ ପରିଦର୍ଶନ ପରେ ଏବେ ଏରିଆ ବାବୁ ମାନଙ୍କ କଥା ମାନିବେ ନାଁ ମେଡ଼ମ କଥା ମାନିବେ ତାହାକୁ ନେଇ ବାଲି ମାଫିଆ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ମେଡ଼ମ ଙ୍କୁ ସୁନା ନିଶା ଘାରିଥିବା ଯୋଗୁଁ ମେଡମ ଘନ ଘନ ବାଲି ଘାଟ ପରିଦର୍ଶନ କରୁଥିବା ଆଲୋଚନା ହେଉଛି। ବର୍ତ୍ତମାନ ପରିସ୍ଥିତି ରେ ମେଡ଼ମ ଙ୍କୁ ଲଗାମ ଲଗାଇବ କିଏ….? ଗଞ୍ଜାମ ପୋଲିସ ଏବେ ବଦନାମ ହେବାକୁ ବସିଲାଣି କିଛି ଦଲାଲ ଙ୍କ ଜରିଆରେ ବାଲି ଗୁତା ଧାରି ଙ୍କୁ ଅଫିସ କୁ ଆସି ଦେଖା କରିବାକୁ କହିବା ପରେ ଜଦି କୌଣସି କାରଣ ବଶତଃ ଗୁତା ଧାରୀ ଯାଇ ନପାରେ ତେବେ ମ୍ୟାଡ଼ାମ ଅଚାନକ ଚଢ଼ାଉ କରନ୍ତି ବାଲୁ ଘାଟ ଉପରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ମୁଖ୍ୟତଃ ପୁରୁଷୋତ୍ତମପୁର, ଭଞ୍ଜନଗର, ଆସିକା ଅଞ୍ଚଳ ରେ ଥିବା ବାଲୁ ଘାଟ ଉପରେ ମ୍ୟାଡ଼ାମ ଙ୍କ ନଜର କିନ୍ତୁ ଚୋରା ବାଲୁ ଘାଟ କୁ ଛାଡ଼ l ମ୍ୟାଡ଼ାମ ଙ୍କ ପୁଣି ଲମ୍ବା ହାତ ଖଣି ମନ୍ତ୍ରୀଙ୍କ ସହିତ ରହିଛି ପାରିବାରିକ ସମ୍ପର୍କ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ତେଣୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ କୁଆଡେ ଖାତିର ନାହିଁ l ଖଣି, ରାଜସ୍ବ ଏବଂ ସ୍ଥାନୀୟ ପୋଲିସ ର କାମ ସେ କରୁଛନ୍ତି ବୋଲି ଖଟିରେ ଚର୍ଚ୍ଚା l ମାସିକିଆ ଫିକ୍ସ ହେଲା ପରେ ସବୁଠିକ ବର୍ତ୍ତମାନ ବାଲି ମାଫିଆ ମାନେ ଦ୍ଵନ୍ଦ ରେ କାହାକୁ କେତେ ଦେଇ ନିଜ ବ୍ୟବସାୟ ଚାଲୁ ରଖିବେ ତାକୁ ନେଇ ଚିନ୍ତାରେ l କିଛି ବାଲି ବ୍ୟବସାୟୀ ନିଜ ନାମ ଗୋପନ ରଖି ଅଭିଯୋଗ ବାଢି ଛନ୍ତି…!