ରାଜସୁନାଖଳା ଦଣ୍ଡନାଚ କଳାକାରଙ୍କୁ ସମ୍ବର୍ଦ୍ଧନା

add-all

ନୟାଗଡ଼ ,୬/୪(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ମା ବେଢାକାଳିକା,କାମନା ଗୋସାଇଁ ଦଣ୍ଡ ନାଟ୍ୟ ପରିଷଦର କଳାକାର ମାନଙ୍କୁ ଅଙ୍କୁଲାପାଟଣା ସାହି ତରଫରୁ ଆୟୋଜିତ ନାଟ୍ୟ ମଞ୍ଚରେ ସମସ୍ତ କଳାକାରଙ୍କୁ ନେଇ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରାଜସୁନାଖଳା ଦଣ୍ଡ ନାଟ୍ୟ ପରିଷଦର କଳାକାରମାନେ କଳା, ସଂସ୍କୃତି ପରମ୍ପରାକୁ ୧୦୦ ବର୍ଷ ରୁ ଉର୍ଦ୍ଧ ଦିନ ଦେବ ବଞ୍ଚାଇ ରଖିବା ସହିତ କଳାକାରମାନଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଆସୁଅଛନ୍ତି ।

ଏହି ନାଟ୍ୟ ପରିଷଦର କଳାକାରମାନେ ବିଭିନ୍ନ ଗ୍ରାମରେ ଉଚ୍ଚ କୋଟିର ନାଟ୍ୟ ପରିବେଶଣ କରି ରାଜସୁନାଖଳା ଗ୍ରାମକୁ ଗର୍ବ ଓ ଗୌରବ ମଣ୍ଡିତ କରି ଆସୁଅଛନ୍ତି । ଅlଙ୍କୁଲ ପାଟଣା ସାହି ତରଫରୁ କଳାକାରମାନଙ୍କୁ ଉତ୍ସାହିତ କରି ସମ୍ବର୍ଦ୍ଧିତ କରିଥିବାରୁ ରଣପୁର ବ୍ଲକର ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଅଛନ୍ତି ।

ad-week
Leave A Reply

Your email address will not be published.