
ବ୍ରହ୍ମପୁର : ଓଡ଼ିଶାର ରେଶମ ସହର ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଛି ରେଶମ ସହର ମହୋତ୍ସବ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପରିସର ଷ୍ଟାଡିୟମ୍ ଠାରେ ଆଜି ଅପ୍ରେଲ ୬ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ମହୋତ୍ସବ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ l
ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ରେଶମ ସହର ହେଉଛି ରେଶମ ପାଇଁ ବିଶ୍ଵ ପ୍ରସିଦ୍ଧ ହୋଇପାରିଛି l ବ୍ରହ୍ମପୁର ପାଟର ମହତ୍ତ୍ଵ ବିଷୟରେ କହିଥିଲେ l ସୁଭଦ୍ରା ଶକ୍ତି ମେଳା ଦ୍ଵାରା ମାଆ ମାନେ ଆତ୍ମ ନିର୍ଭର ହୋଇପାରିଛନ୍ତି ଓ କୃଷକ ମାନେ ହେଉଛନ୍ତି ଆମର ଅନ୍ନଦାତା ବୋଲି କହିଥିଲେ l

ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ,ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣ ବିବେକ ଏମ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ସ୍ୱଦେଶୀ ଜାଗରଣ ମଞ୍ଚ ର ଆବାହକ ଶ୍ରୀ ପ୍ରସନ୍ନ କୁମାର ଛୋଟରାୟ,ଶିଳ୍ପପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ମଞ୍ଚାଷୀନ ରହି ରେଶମ ସହର ଓ ବ୍ରହ୍ମପୁର ପାଟ ଶାଢ଼ୀ ର ମହତ୍ତ୍ଵ ଓ ପ୍ରସିଦ୍ଧର ବକ୍ତବ୍ୟ ରଖିଥିଲେ l
ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ସ୍ବାଗତ ଅଭିଭାଷଣ ଦେଇଥିଲେ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ଲୋକ ଲୋଚନକୁ ଆଣିବା ସହ ଗଞ୍ଜାମ କୁ ଶ୍ରେଷ୍ଠ ଜିଲ୍ଲା ରେ ପରିଣତ କରିବାରେ ସହଯୋଗ କାମନା କରିଥିଲେ l ମହାନଗର କମିଶନର ଏ ସସ୍ୟ ରେଡ୍ଡୀ ଧନ୍ୟବାଦ୍ ଅର୍ପଣ କରିଥିଲେ l

ଏହି ଉତ୍ସବରେ ଓଡ଼ିଶା ର ସ୍ଵୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ସ୍ୱଦେଶୀ ମେଳା ,ପାପମ୍ପରିକ ଖାଦ୍ୟ ମେଳା ,କୃଷି ଭିତ୍ତିକ ଯନ୍ତ୍ରପାତି ମେଳା ପ୍ରଦର୍ଶିତ ହୋଇଛି l ପ୍ରଥମ ରଜନୀର ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ସହଯୋଗୀ ଦର୍ଶକଙ୍କୁ ଆକର୍ଷିତ କରିଥିଲେ l ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଦାସକାଠିଆ,ଓଡ଼ିଶୀ ନୃତ୍ୟ,କୁଚିପୁଡ଼ି,ସମ୍ବଲପୁରୀ, ଢେମସା,କାଠପାଦ ନୃତ୍ୟ, ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ l