ଯୀଶୁଙ୍କ ଦୁଇଦିନିଆ ପୁନରୁତ୍ଥାନ ପର୍ବ ଉଦଯାପିତ

add-all

କନ୍ଧମାଳ, ତା, ୦୭/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚ ରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଉତଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର ଆୟୋଜନ ହୋଇଯାଇଥିଲା। ମଧ୍ୟ ରାତ୍ରି ଏବଂ ସକାଳୁ ଦିବ୍ୟ ଯଜ୍ଞର ଆୟୋଜନ ରେ ପବିତ୍ର ବାଇବଲ ପାଠ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଧର୍ମାଞ୍ଚଳର ଟିଆଙ୍ଗିଆ,ମଣ୍ଡାକିଆ, ସୁଗଡବାଡି଼ ଚର୍ଚ୍ଚ ରେ ସହ ଯାଜକ ପୁରୁଷୋତ୍ତମ ନାୟକ, ଦିବ୍ୟ ରଞ୍ଜନ ଦିଗାଳ, ମାଇକେଲ ବେହେରା, ଜର୍ଜ ବଡ଼ସେଠ୍ ଦିବ୍ୟଯଜ୍ଞ କରିଥିଲେ। କାଥଲିକ୍ ସାଂସ୍କୃତିକ କମିଟି ଗଠନର ୨୫ ବର୍ଷ ‘ରଜତ ଜୟନ୍ତୀ’ ପାଳନ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଇକିଆ ବିଜୟ ହାଇସ୍କୁଲ ଖେଳ ପଡିଆରେ ସନ୍ଧ୍ୟାରେ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଯାଜକ, ସେବା ଭଗ୍ନି ସମୁହ ଯୋଗ ଦେଇଥିଲେ। ଅତିଥି ଭାବେ କଟକ- ଭୁବନେଶ୍ୱର ଧର୍ମାଞ୍ଚଳ ମହାଧିକ୍ଷ ସହ ବିଶପ ରବିନ୍ଦ୍ର ରଣସିଂହ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରି ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚାସୀନ ଅତିଥି ଯାଜକ, ସେବା ଭଗ୍ନି ସମୁହ , ବରିଷ୍ଠ ନାଗରିକ ଲୋରାନ ସଭା ସୁନ୍ଦରଙ୍କୁ ପୁଷ୍ପ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କଳାକାର ମାନଙ୍କ ଦ୍ବାରା ଦୀର୍ଘ ବର୍ଷ ପୁର୍ବରୁ ‘ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ’ ପର୍ବ ନେଇ ଏକ ନାଟକ ‘ସୃଷ୍ଟିର ଅନ୍ତରାଳେ’ ପ୍ରସ୍ତୁତ କରାଯାଇଥିଲା । ଏହାର ନକଲ କରି ବର୍ତ୍ତମାନର ଯୁବପିଢି କଳାକାର ସେମାନଙ୍କ ଦ୍ବାରା ନିପୁଣ କଳା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ଓଡ଼ିଶାର ସୁନାମଧନ୍ୟ ସୁସମାଚାର ଗାୟକ ଅମିତ୍ ପାଣି ଯୋଗଦେଇ ପ୍ରଭୁଙ୍କ ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ଭାବେ ଯାଜକ,ସେବା ଭଗ୍ନି ସମୁହ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.