
କଣ୍ଟାମାଳ : ଘର ଭିତରେ ଜିଅନ୍ତା ଜଳିଗଲେ ମହିଳା । ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ଟିକିରାପଡ଼ା ଗାଁରେ ଅଗ୍ନିକାଣ୍ଡ । ଘର ଭିତରେ ମହିଳା ଜଣଙ୍କ ସୋଇଥିବା ବେଳେ ବେଳେ ହଠାତ୍ ଲାଗିଥିଲା ନିଆଁ । ବାହାରକୁ ବହାରି ନପାରି ମହିଳା ଜୀବନ୍ତ ଦଗ୍ଧ । ମୃତକ ସୂର୍ଯ୍ୟକାନ୍ତି ସାହୁ । ବାଉଁସୁଣୀ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କରୁ ଉଦ୍ଧାର କରିଛନ୍ତି । ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ସେହିପରି ଏପ୍ରିଲ ୧ରେ ବଲାଙ୍ଗୀର ଦେଓଗାଁ ରାମଚନ୍ଦ୍ରପୁର ଗାଁରେ ନିଆଁରେ ଜୀବନ୍ତ ଜଳିଯାଇଥିଲେ ମହିଳା ସ୍ୱାସ୍ଥ୍ୟ କର୍ମୀ । ମୃତ ମହିଳା ଜଣକ ହେଲେ ରାମଚନ୍ଦ୍ରପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରର ଜୟନ୍ତୀ ବାରିକ । ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଫଳରେ ମହିଳା ଜଣକ ସମ୍ପୂର୍ଣ୍ଣ ଜଳିଯାଇଥିଲେ । ସେହିପରି ତାଙ୍କ ସ୍ବାମୀ ଉପେନ୍ଦ୍ର କାଲସାଏ ସାମାନ୍ୟ ଆହତ ହୋଇଥିଲେ ।