ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଲୁଟ ପାଇଁ ହତ୍ୟା ସନ୍ଦେହ

add-all

ନରସିଂହପୁର  : କଟକ ବଡମ୍ବା ଖାରୋଡ଼ ହାଡୁଆ ବ୍ରିଜ ନିକଟରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ।  ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ  ।  ବନବିଭାଗ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି  ।  ତେବେ ଦାନ୍ତ ଲୁଟ ପାଇଁ ହାତୀକୁ  ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ପୂର୍ବରୁ ୨୦୨୨ରେ ମଧ୍ୟ ଖାରୋଡ଼ ଜଙ୍ଗଲରୁ ୪ ଟି ହାତୀର ଗଳିତ ମୃତଦେହ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏବେ ପୁଣି ଆଉ ଏକ ହାତୀର ମୃତଦେହ ଉଦ୍ଧାର ହେବା ଘଟଣା ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି  ।  ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.