
ଢେଙ୍କାନାଳ: ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଜଣେ ଆଟେଣ୍ଡାଣ୍ଟ ମୃତ । ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର । ଆମ୍ବୁଲାନ୍ସଟି ଭୁବନେଶ୍ଵରରୁ ଅନୁଗୁଳ ଫେରୁଥିଲା । ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଘରୋଇ ଆମ୍ବୁଲାନ୍ସଟି ପଛପଟୁ ଆସି ଧକ୍କା ଦେଇଥିଲା । ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । .
ସେହିପରି ଆଜି ସାଲେପୁର ନନ୍ଦୋଳଗଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲକୁ ଖସିଲେ ଦୁଇ ବସ୍ । ଦୁର୍ଘଟଣାରେ ଉଭୟ ବସରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉଭୟ ବସ ଆଗ ପଛ ହୋଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିଲେ ।