ବସ ଓଲଟି ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

add-all

ଭବାନୀପାଟଣା : କୋରାପୁଟ ସୁଙ୍କି ଘାଟିରେ ବସ ଦୁର୍ଘଟଣାରେ କଳାହାଣ୍ଡିର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି।

ମୃତକ ଜଣକ ହେଲେ କଳାହାଣ୍ଡି କଲମପୁର ବ୍ଲକ ଭେଲା ଗାଁର ଜାମ୍ବବ ବିହାରୀ (୪୫)। ସୂଚନାନୁଯାୟୀ ଗତକାଲି ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିବା ସରକାରୀ ଭଲ୍ଭୋ ବସଟି ବିଳମ୍ୱିତ ରାତିରେ ସୁଙ୍କି ଘାଟିରେ ଦୁର୍ଘଟଣା ଗସ୍ତ ହେଇଥିଲା। ସେଥିରେ ଥିବା ପ୍ରାୟ ୧୫ରୁ ୨୦ ଜଣ ଯାତ୍ରୀ ଆହତ ହେଇଥିଲେ। ସେମାନଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜାମ୍ବବଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତାଙ୍କର ସମ୍ପର୍କିୟ ମାନେ ପଟାଙ୍ଗି ଯାଇଛନ୍ତି। ତା’ଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି। ଘରେ ତାଙ୍କ ସ୍ତ୍ରୀ ଆଲ୍ଲାଦିନୀଙ୍କ ସମେତ ଜଣେ ପୁଅ ଏବଂ ଝିଅ ଅଛନ୍ତି।

ମୃତକ ଜାମ୍ବବ ନିଜ ଚିକିତ୍ସା ପାଇଁ ଖଣ୍ଡି ଡ଼ଙ୍ଗରିଗୁଡା ଗାଁର ଭାଗିରଥି ବାଗଙ୍କ ସହ ବିଶାଖାପାଟଣା ଯାଉଥିଲେ। ଗତ ସନ୍ଧ୍ୟାରେ ଉଭୟେ ମୋଟେର ଛକରେ ବସରେ ବସିଥିଲେ।

ad-week
Leave A Reply

Your email address will not be published.