ଚାଷ ଜମିରୁ ଦନ୍ତାର ମୃତଦେହ ଉଦ୍ଧାର

puja26

ରାଉରକେଲା: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ବନ୍ଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଡୁମେର୍ତ୍ତା ଗାଁର ଟୁଙ୍ଗୁରିଟୋଲି ନିକଟ ଏକ ଚାଷଜମିରୁ ହାତୀର ମୃତଦେହ ମିଳିଛି । ହାତୀର ମୃତଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଦନ୍ତା ହାତୀର ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ବନବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀର ମୃତ୍ୟୁ ପଛରେ କୌଣସି ସ୍ୱାଭାବିକ କାରଣ ରହିଛି ନା ଅନ୍ୟ କିଛି କାରଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ବନବିଭାଗର ତଦନ୍ତ ରିପୋର୍ଟ ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ad-week
Leave A Reply

Your email address will not be published.