କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

puja26

ବୀରମିତ୍ରପୁର: ମଦ ନିଶାର ବଶବର୍ତ୍ତୀ ହୋଇ କକା ନିଜ ପୁତୁରାକୁ ଟାଙ୍ଗିଆରେ ହାଣି କଲା ହତ୍ୟା । ମୃତ ପୁତୁରାର ନାମ ଏତୁଆ କୁଜୁର(୪୦) । ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମିଳିଥିବା ସୂଚନାନୁଯାୟୀ, ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମର ବାସିନ୍ଦା ସାନିଆ କୁଜୁର(୪୫)ଙ୍କ ପିଲାଛୁଆ ନଥିବା ବେଳେ ସେ ତାଙ୍କ ପୁତୁରା ଏତୁଆ କୁଜୁରଙ୍କୁ ପୋଷ୍ୟପୁତ୍ର ଭାବରେ ନିଜଘରେ ରଖିଥିଲେ। ଏତୁଆ କୌଣସି କାମ କରୁନଥିଲେ । ପ୍ରାୟ ସମୟରେ ମଦ୍ୟପାନ କରି ତାଙ୍କ କକା ସାନିଆ କୁଜୁରଙ୍କ ସହିତ ଝଗଡ଼ା କରିଆସୁଥିଲେ। ଗତକାଲି ରାତିରେ କକା ସାନିଆ ଓ ପୁତୁରା ଏତୁଆ ଦୁଇଜଣଯାକ ମଦ୍ୟପାନ କରିଥିଲେ । ଏହି ସମୟରେ ପୁତୁରା ଏତୁଆ ତାଙ୍କ କକା ସାନିଆଙ୍କ ସହିତ ଝଗଡ଼ା କରୁଥିବା ବେଳେ କକା ସାନିଆ ରାଗିଯାଇ ଘରେ ଥିବା ଏକ ଟାଙ୍ଗିଆ ସାହାଯ୍ୟରେ ପୁତୁରା ଏତୁଆଙ୍କ ମୁଣ୍ଡ ଓ ବେକରେ ପ୍ରହାର କରିବାରୁ ପୁତୁରା ଏତୁଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବରପାଇ ବୀରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କକା ସାନିଆ କୁଜୁରଙ୍କୁ ଗିରଫ କରିଛି ।

ad-week
Leave A Reply

Your email address will not be published.