ନୟାଗଡ଼ରେ ଜିଲ୍ଲା ପୋଲିସ ପକ୍ଷରୁ ସହିଦ ଦିବସ ପାଳିତ।

puja26

ନୟାଗଡ଼ : ନୟାଗଡ଼ ପୋଲିସ ମୁଖ୍ୟାଳୟରେ ପାଳିତ ହେଲା ଜିଲ୍ଲାସ୍ତରୀୟ ପୋଲିସ ସହିଦ ଦିବସ। ଦେଶର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଇ କର୍ତ୍ତବ୍ୟ ପଥରେ ପ୍ରାଣବଳି ଦେଇଥିବା ବୀର ପୋଲିସ ସହିଦଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ଜବାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ବିଗୁଲ୍‌ର ଶୋକାକୁଳ ଧ୍ୱନି ମଧ୍ୟରେ ଦୁଇ ମିନିଟ୍ ମୌନ ପାଳନ କରାଯାଇଥିଲା।ଏହି ଅବସରରେ ଗତ ଏକ ବର୍ଷ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କ ନାମ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଥାନାର ପୋଲିସ କର୍ମଚାରୀ ଏବଂ ସହିଦ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ଅମର ଜବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ad-week
Leave A Reply

Your email address will not be published.