ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ୍‌ ବାଇକ୍ !

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡିର ଯୁଗ। ରାଜଧାନୀ ଦିଲ୍ଲୀରେ ଦୁଇଚକିଆ ପେଟ୍ରୋଲ ଯାନ ଉପରେ ରୋକ୍ ଲାଗିବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜୀକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି। ପରିବହନ ବିଭାଗ ପକ୍ଷରୁ ”ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୨୦୩୦”ର ଚିଠା ପ୍ରସ୍ତାବ ଜାରି କରାଯାଇଛି। ପେଟ୍ରୋଲ ଏବଂ ସିଏନଜି ଇନ୍ଧନଚାଳିତ ଦୁଇ ଚକିଆ ଯାନ ବନ୍ଦ ହେବ। ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରାଯିବ। ପ୍ରଦୂଷଣକୁ ରୋକିବାକୁ ପ୍ରୟାସ କରାଯିବ।

ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ କେବଳ ବୈଦ୍ୟୁତିକ ତିନିଚକିଆ ଯାନର ନୂତନ ପଞ୍ଜୀକରଣ ହୋଇପାରିବ। ସେହିପରି ୨୦୨୮ ଏପ୍ରିଲ ୧ ତାରିଖ ପରଠାରୁ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ ଏବଂ କେବଳ ଇଲେକ୍ଟ୍ରିକ୍ ମଡେଲକୁ ଅନୁମତି ମିଳିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଅଣାଯାଇଛି। ଯେଉଁଥିରେ ଆଗ୍ରିଗେଟର ବା ବିଭିନ୍ନ ସଂସ୍ଥା ଅଧୀନରେ ଚାଲୁଥିବା ଗାଡ଼ିଗୁଡ଼ିକ ପାଇଁ ୨୦୨୬ ଜାନୁଆରୀରୁ ହିଁ ନୂତନ ପେଟ୍ରୋଲ ବା ଡିଜେଲ ଗାଡ଼ି କିଣିବା ଉପରେ ରୋକ୍ ଲଗାଯାଇଛି। ଏଥିସହିତ ସରକାରୀ ଗାଡ଼ି ଏବଂ ସ୍କୁଲ ବସ୍ ଗୁଡ଼ିକର ପର୍ଯ୍ୟାୟକ୍ରମେ ବୈଦ୍ୟୁତିକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.