ସ୍ବାମୀ ଉପରେ ରାଗ ରଖି ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଲା ମା’

add-all

ଝାରସୁଗୁଡା : ସ୍ବାମୀ ଉପରେ ରାଗ, ଛୁଆଙ୍କ ଉପରେ ପ୍ରତିଶୋଧ ।  ଦୁଇ ଛୁଆଙ୍କୁ ଟାଙ୍ଗିଆରେ ହାଣିଲା ଜନ୍ମକଲା ମାଆ ।  ଝାରସୁଗୁଡା ବିମାନବନ୍ଦର ଥାନା ଓରାମପଡାରେ ଏହି ଅଭାବନୀୟ କାଣ୍ଡ ଘଟିଛି ।  ସ୍ବାମୀଙ୍କ ସହ ଝଗଡା ପରେ ରାଗ ସୁଝାଇବା ପାଇଁ ନିଜର ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣି ମାରିଦେଇଛି ।  ଛୁଆଙ୍କୁ ହାଣିବା ପରେ ନିଜେ ମୃତ୍ୟୁ ଉଦ୍ୟମ କରିଛନ୍ତି ଉକ୍ତ ମହିଳା ।

ଗୁରୁତର ଅବସ୍ଥାରେ ଅଭିଯୁକ୍ତ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ରଞ୍ଜିତା ସବୁବେଳେ ସ୍ବାମୀ ସୀତାରାମଙ୍କୁ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ । ଏନେଇ ନିଜ ସହିତ ଦୁଇ ଶିଶୁଙ୍କୁ ମାରିଦେବା ପାଇଁ ସ୍ବାମୀଙ୍କୁ ଧମକ ଦେଉଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା ।

ତେବେ କାଲି ରାତିରେ ରଞ୍ଜିତା ଏବଂ ସୀତାରାମଙ୍କ ମଧ୍ୟରେ ଉଗ୍ରରୂପ ନେଇଥିଲା ଝଗଡା । ସୀତାରାମ ଘରୁ କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ ରଞ୍ଜିତା । ପରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀଙ୍କ ସହାୟତାରେ ଝରକା ଭାଙ୍ଗି ଉଦ୍ଧାର କରିଥିଲେ ସ୍ବାମୀ ସୀତାରାମ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ।

Leave A Reply

Your email address will not be published.