ଆଗାମୀ ୫ଦିନ କଲବଲ କରିବବ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

add-all

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବ କମିଲା ।  ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ ।  କଲବଲ କରିବା ଆରମ୍ଭ କଲା ତାତି। ଆଗାମୀ ୫ଦିନ ଯାଏ ଜାଳିବ ଖରା ।  ୧୭ ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି  ।  ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।  ଆସନ୍ତାକାଲିଠୁ ଆହୁରି ତାତି ବଢିବ ।  ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ।  ୧୩ ଓ ୧୪ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇପାରେ ।  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ତାପମାତ୍ରା  ।  ସେହିପରି ବଲାଙ୍ଗୀର ଜିଲ୍ଲାରେ ୪୬ ଡିଗ୍ରି ତାତି ଅନୁଭୂତ ହେବାର ସମ୍ଭାବନା ରହିଛି  ।  ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୪୦ ଡିଗ୍ରି ପର୍ଯ୍ୟନ୍ତ ତାତି ପହଞ୍ଚିପାରେ  ।

Leave A Reply

Your email address will not be published.