
ଉମରକୋଟ : ବାପା କରିଥିଲା ହତ୍ୟା । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ ।
ଗତ ଶନିବାର ସ୍ବାମୀ ସୁବାଷ ଗଣ୍ଡ ଓ ସ୍ତ୍ରୀ ମନେଇ ଗଣ୍ଡ ପରିବାର ସଦସ୍ୟଙ୍କ ସହ ମିଶି ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପିଲାଙ୍କ ଆଗରେ ସ୍ତ୍ରୀ ମନେଇଙ୍କୁ ହତ୍ୟା କରିଥିଲା ସୁବାଷ । ଘରେ ମୃତଦେହ ରଖିଥିଲା। ରାତିରେ ପାଇଖାନା ଟଙ୍କିରେ ଲୁଚାଇଥିଲା । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ସୁବାଷ । ଗ୍ରାମବାସୀ ବହୁ ପଚାରଉଚରା କରିବାରୁ ୪ ବର୍ଷର ପୁଅ ସବୁ ସତକଥା କହିଥିଲା । ଖବର ପାଇ ରାଇଘର ଥାନା ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି ।