
ବ୍ରହ୍ମପୁର : ନାରୀ ସଶକ୍ତିକରଣ ଏବଂ ଆତ୍ମ ସମ୍ମାନର ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା ଆଜି ସକାଳ ୮ଘଣ୍ଟା ୩୦ମିନିଟରେ ଆୟୋଜିତ ହୋଇଯାଇଛି l ଏହି ପଦଯାତ୍ରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା l
ଏହି ପଦଯାତ୍ରାରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ,ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ମହାନଗର କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ l
ପଦଯାତ୍ରା ପରେ ପରେ ଖଲିକୋଟ ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶନୀ ଯୋଗଦେଇ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ଵ ୩୩ପ୍ରତିଶତ ସଂରକ୍ଷଣ ଆସନ୍ତା ୧୮ତାରିଖ ରେ ମହିଳାମାନଙ୍କ ପାଇଁ ସଂସଦରେ ବିଲ ପାସ ହେବ । ଆମ ଇତିହାସ ସାକ୍ଷୀ ନାରୀର ମର୍ଯ୍ୟାଦା ସବୁବେଳେ ଥିଲା ଏବଂ ରହିବ । ସାହିତ୍ୟ ଓ ଐତିହ୍ୟ ନାରୀକୁ କେବେ ଅସମ୍ମାନ କରିନି । ଯୁବ ଶକ୍ତି ଆମ ସାହିତ୍ୟ ଓ ସଂସ୍କୃତି କୁ ବଞ୍ଚିତ ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ l ନାରୀ ଶକ୍ତି କୁ କେହି ଅଟକାଇ ପାରିବେ ନାହିଁ l ସୁଭଦ୍ରା ଶକ୍ତି ଦ୍ଵାରା ନାରୀ ମାନେ ମାଲିକ ହୋଇପାରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ଯୋଜନା ରେ ନାରୀମାନେ ଉପକୃତ ହୋଇଛନ୍ତି । ପ୍ରଥମ ଥର ଆମ ଭାଗ୍ୟ ଆମେ ନିର୍ଣ୍ଣୟ କରିବା । ନୀତି ନିର୍ଧାରଣରେ ସହଭାଗିତା ରହିବ । ସମ୍ମାନର ସହିତ ନେତୃତ୍ୱ ନେବା ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ସମ୍ମାନିତ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ନାରୀଶକ୍ତି ବନ୍ଦନ ଅଧିନିୟମ ୨୦୨୩ ରେ ପାସ ହୋଇଥିଲା । ୩୩ ପ୍ରତିଶତ ଅଧିକାର ଆଜି ଆମେ ପାଇବାକୁ ଯାଉଛନ୍ତି । ନାରୀ ସଶକ୍ତିକରଣ ରେ ଉଜ୍ଜ୍ୱଳ ଯୋଜନା ,ଜନଧନ ଯୋଜନା , ଶୌଚାଳୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟରେ ଆଲୋକପାତ କରିଥିଲେ।
ଅନ୍ୟତମ ସମ୍ମାନୀତ ଅତିଥି ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ନାରିଶକ୍ତି ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ଆବଶ୍ୟକ l ସାରା ଦେଶରେ ନାରୀମାନେ ସଶକ୍ତିକରଣ ନିହାତି ଆବଶ୍ୟକ ରହିଛି। ଶିକ୍ଷିତ ହେବା ନିହାତି ଜରୁରୀ ,ଶିକ୍ଷିତ ନହେଲେ ରାଜନୈତିକ କ୍ଷେତ୍ରରେ ଆମ ଅଧିକାର ସାବ୍ୟସ୍ତ କରିପାରିବା ନାହିଁ ତେଣୁ ଶିକ୍ଷା ହିଁ ମୂଳମନ୍ତ୍ର ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବରେ କମିଶନର ସସ୍ୟ ରେଡ୍ଡୀ, ଏମ୍ କମେଶ୍ୱରି ,ସଭାପତି ଆନ୍ଧ୍ର ଭାଷା ମହିଳା ସମାଜ, ଡ଼ା ଭାରତୀ ମିଶ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ, ସ୍ୱର୍ଣ୍ଣପ୍ରଭା ପାଢ଼ୀ ସୁଲେଖିକା ,ଜାମୁଲା ଜୟଲକ୍ଷ୍ମୀ , ଲଳିତା ପ୍ରଧାନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ପ୍ରମୁଖ ମଞ୍ଚାସିନ ରହି ନାରୀ ସଶକ୍ତିକରଣ, ନାରୀ ଶିକ୍ଷା, ଅଧିକାର ଓ ସମ୍ମାନ ବିଷୟରେ ଆଲୋକପାତ କରିଥିଲେ।
ଆଜିର ସଭାରେ ମହାନଗର କମିଶନର ସୁଶ୍ରୀ ରେଡ୍ଡୀ ସ୍ବାଗତ ଅଭିଭାଷଣ ରେ ଆଜି ହେଉଛି ଏକ ଐତିହାସିକ ଦିନ । ନାରୀମାନେ କୌଣସି କ୍ଷେତ୍ରରେ କମ୍ କୁହନ୍ତି ବୋଲି କହିଥିଲେ ।
ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ନାରୀମାନେ,ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ l