କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବଡ଼ବିଲ୍ ରିଂ ରୋଡର କଲେ ଶିଳାନ୍ୟାସ

add-all

କେନ୍ଦୁଝର : କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ।  ବଡ଼ବିଲ୍ ରିଂ ରୋଡ୍ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ୧୮.୩ କିଲୋମିଟର ବିଶିଷ୍ଟ ବଡ଼ବିଲ୍ ବାଇପାସ୍-କୁମ୍-ରିଂ ରୋଡ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ପ୍ରାୟ ଏକ ହଜାର ୫୮୧ କୋଟି ଟଙ୍କା ଖର୍ଚ୍ଚ ହେବ।

ବଡ଼ବିଲ ରିଂ ରୋଡ ଦ୍ବାରା ଖଣି ଅଞ୍ଚଳରେ ହେଉଥିବା ଟ୍ରାଫିକ୍ ଜାମ୍ ସମସ୍ୟା ଦୂର ହେବ। କେନ୍ଦୁଝର ଜିଲ୍ଲାରେ ମୋଟ ୩୫୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହା ସହ ବିଦ୍ୟୁତ ସେବା ଯୋଗାଣ ପାଇଁ ଯୋଡ଼ା, ବାସୁଦେବପୁର ଏବଂ ବଡ଼ବିଲ୍ ଅଞ୍ଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଏକ ପାୱାର ସବ୍-ଷ୍ଟେସନ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଖୁବ ଶୀଘ୍ର କେନ୍ଦୁଝରରେ ଏକ ବିରାଟ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଶିଳାନ୍ୟାସ ହେବ। ଯେଉଁ କମ୍ପାନୀ ୧୦ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିବେ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବେ, ସରକାର ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ବଡ଼ବିଲରୁ ପାରାଦୀପ ପର୍ଯ୍ୟନ୍ତ ୮-ଲେନ୍ ବିଶିଷ୍ଟ ରାସ୍ତା କାମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କେନ୍ଦୁଝରର ଗମନାଗମନ ଏବଂ ଅର୍ଥନୈତିକ ବିକାଶକୁ ଏକ ନୂଆ ଦିଗ ଦେବ।

ad-week
Leave A Reply

Your email address will not be published.