
ବଲାଙ୍ଗୀର : ସୋନପୁର ରାସ୍ତାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ- ବାଇକ୍ ଧକ୍କା ହୋଇ ଚାଲିଗଲା ବାପା ପୁଅଙ୍କ ଜୀବନ। ଗୁରୁତର ହୋଇଛନ୍ତି ମାଆ। ବାଇକରେ ଯାଉଥିବା ବେଳେ ବାପା ଓ ଦେଢ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଦୁର୍ଘଟଣା ପରେ ଭଏଁସାପାଲି ଛକରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।