ମହିଳାଙ୍କୁ ଦଳି ମାରି ଦେଲା ହାତୀ

add-all

 ହିନ୍ଦୋଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ ।

ଆଜି ସକାଳେ ଜୟନ୍ତୀ କାଜୁ ବଗିଚାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଜୟନ୍ତୀଙ୍କ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ସମ୍ପୂର୍ଣ୍ଣ ଦଳି ଚକଟି ପକାଇଛି ।  ଗ୍ରାମବାସୀ ଏବଂ ବନ ବିଭାଗ ମିଶି ତାଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହିନ୍ଦୋଳରେ ବାରମ୍ବାର ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି ।  କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷ ଜୀବନ ଯାଉଛି । ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି ରଖିଛନ୍ତି ।

Leave A Reply

Your email address will not be published.