ଇଚ୍ଛାପୁରମ ରେଳ ଅଞ୍ଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ ଦାବିରେ ୧୦ ଟି ରାଜନୈତିକ ଦଳର ଧାରଣା

add-all

ଭୁବନେଶ୍ବର : ଭୁବନେଶ୍ବରରେ ପୂର୍ବତଟ ରେଳପଥ ଜୋନ ଅଫିସ ସମ୍ମୁଖରେ ୧୦ଟି ରାଜନୈତିକ ଦଳର ବିଶାଳ ଗଣଧାରଣା । କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ (ଏମ୍ ଲ ), ଫରୱାର୍ଡ଼ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକାନ୍ତି ଦଳ ପ୍ରମୁଖ ଏହି ଗଣଧାରଣରେ ସାମିଲ ହୋଇଛନ୍ତି। ୱାଲଟିୟର ରେଳ ଡିଭିଜନକୁ ପୂର୍ବତଟ ରେଳପଥ ଜୋନକୁ ଫେରାଇ ଆଣିବା, ପଲାସା -ଇଚ୍ଛାପୁରମ ରେଳ ଅଞ୍ଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ କରିବା ଦାବି ରହିଛି। ଓଡିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଞ୍ଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବା ଆଦି ଦାବି ରହିଛି। ସୁନ୍ଦରଗଡ଼, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାଡ଼ସୁଗୁଡା ରେଳ ଲାଇନ ଗୁଡିକୁ ପୂର୍ବତଟ ରେଳ ଅଧୀନକୁ ଅନ୍ତର୍ଭୁକ୍ତ କରିବା, ରେଳ ରାଜସ୍ବ ଏବଂ ନିଯୁକ୍ତିରେ ଓଡିଶାକୁ ନ୍ୟାୟ ଦେବା ଆଦି ଦାବି ରହିଛି।

Leave A Reply

Your email address will not be published.