ନୟାଗଡ଼ରେ ସିଏମ୍ ଟ୍ରଫି ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

add-all

​ନୟାଗଡ଼: ନୟାଗଡ଼ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନ୍‌ର ମିଳିତ ଆନୁକୁଲ୍ୟରେ “ସିଏମ୍ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଖୋ ଖୋ ପ୍ରତିଯୋଗିତା-୨୦୨୬” ଆଜି ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି।
​ଏହି କ୍ରୀଡ଼ା ଉତ୍ସବକୁ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏହି ସଭାର ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
​ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ୧୬ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆୟୋଜିତ ହେଉଛି। କାର୍ଯ୍ୟକ୍ରମକୁ ସଫଳ କରିବାରେ:​ଆସୋସିଏସନର ଉପସଭାପତି ଭବାନୀ ଶଙ୍କର ଦାସ,​ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ, ​ସଭ୍ୟ ପ୍ରଶାନ୍ତ କୁମାର ଦାସ
​ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ପ୍ରଦୀପ୍ତ ଚିତ୍ତ ରଞ୍ଜନ ସାହୁ ଏବଂ ନିଶିକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ​ଏହି ପ୍ରତିଯୋଗିତାରେ ନୂଆଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ଖେଳକୁଦର ବିକାଶ ଓ ନୂତନ ପ୍ରତିଭା ଅନ୍ୱେଷଣ ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.