ଡବଲ ଇଞ୍ଜିନର ଅଜବନୀତି ବ୍ରହ୍ମପୁର ଏସପି ଙ୍କୁ ତିନି ଦାୟିତ୍ୱ : ମୁରବି ବିହିନ ଏବେ ଦୁଇ ଜିଲ୍ଲା……!, ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା..

ଅପହରଣ କୁ ୨ ଦିନ ବିତିଲା ତଥାପି ପୋଲିସ ହାତ ଖାଲି..!

ଏପଟେ ଅଶାନ୍ତ ବଡବଜାର ଥାନା…ମୁରବୀ ନଥିବାରୁ ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ..!
ବ୍ରହ୍ମପୁର : ରାଜ୍ୟ ସରକାର ଅଜବନୀତି ଯୋଗୁଁ ଦୁଇ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବେ ସମ୍ପୂର୍ଣ ବିପର୍ଯ୍ୟସ୍ତ।ବ୍ରହ୍ମପୁର କ୍ରାଇମ କେପିଟାଲ ଭାବେ ବେଶ ଜଣା ଶୁଣା ବ୍ରହ୍ମପୁର ପୋଲିସ ଜିଲ୍ଲା। ଗତ କିଛି ଦିନ ଧରି ଚୋର ଡକାୟତ ମାନଙ୍କ ଆତଙ୍କ ରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଚିନ୍ତା ପ୍ରଘଟ କରିଲେଣି ସହରର ବୁଦ୍ଧିଜୀବୀ। ଗତ ୭୨ ଘଣ୍ଟା ରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚର୍ଚ୍ଚିତ ଦୁଇ ଦୁଇଟି ହତ୍ଯାକାଣ୍ଡ ସହ ବ୍ଯବସାୟୀ କୁ ଅପହରଣ ଘଟଣା ବ୍ରହ୍ମପୁର ପୋଲିସ ଜିଲ୍ଲାର ଶୃଙ୍ଖଳା ପରିସ୍ଥିତ କୁ ପଦାରେ ପକାଇଛି। ସୂଚନା ଥାଉକି ଇତି ମଧ୍ୟରେ 43ଘଣ୍ଟା ବିତିଲା ଅପହୃତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ପତ୍ତା ମିଳୁନି। ଗତ ୧୫ ଦିନର କଲ ରେକର୍ଡ ଅନୁଯାୟୀ ପରିବାର ଲୋକ, ସମ୍ପର୍କୀୟ ଓ ବନ୍ଧୁ ବର୍ଗଙ୍କୁ ଥାନାକୁ ଡାକି ଜେରା କରୁଛି ପୁଲିସ।ଯାହାକି ପୋଲିସ ଅନ୍ଧାରରେ ବାଡ଼ି ବୁଲାଇବା ପରି ମନେ ହେଉଛି l ସୁଧୀର ଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପୁଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ। ଜିଲ୍ଲାରେ ପୁଲିସ ମୁରବୀ ନଥିବା ବେଳେ ଗୋପାଳପୁର ଥାନା ଇଲାକାରେ ଅପହରଣ କରି ୨ କୋଟିରେ ମୁଣ୍ଡ ଜାମିନ ରଖାଯାଇଥିବା ବେଳେ ଗତ ରାତିରେ ବଡ ବଜାର ଥାନା ଇଲାକାରେ ହତ୍ୟାକାଣ୍ଡ ଭଳି ଦୁଇ ଦିନରେ ଦୁଇଟି ବଡ ଘଟଣା ପୁଲିସର ମୁଣ୍ଡ ବ୍ୟଥା ବଢ଼ାଇଛି। କହିବାକୁ ଗଲେ ବଡବଜାର ଥାନା ଅଞ୍ଚଳ ସମ୍ପୂର୍ଣ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଡକୁ ଗତି କଲାଣି, l ଖାଲି ବ୍ରହ୍ମପୁର ନୁହେଁ ଗଜପତି ପୋଲିସ ଜିଲ୍ଲା ମଧ୍ଯ ମଙ୍ଗୁଆଳ ବିହିନ ହୋଇପଡିଥିବା ଅଭିଯୋଗ ହୋଇଛି।ଗଜପତି ପୋଲିସ ଜିଲ୍ଲାର ଦାଇତ୍ବ ରେ ଥିବା ବ୍ରହ୍ମପୁର ଏସ ପି ଙ୍କୁ ପଶ୍ଚିମ ବଙ୍ଗ ନିର୍ବାଚନ ଦାୟିତ୍ୱ ମିଳିଛି। ଜିଲ୍ଲା ବାହାରେ ଥିବା ବେଳେ ଏଠି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ଙ୍କ କି ଆଭିମୁଖ୍ଯ ଓ ପଦକ୍ଷେପ ରହିବ ତାହା ଉପରେ ସମସ୍ତଙ୍କ ନଜର। ଗଜପତି ଜିଲ୍ଲାର ଦାୟିତ୍ୱ ରେ ବ୍ରହ୍ମପୁର ଏସପି ରହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଗଜପତି ଜିଲ୍ଲା ସମ୍ଭାଳୁ ସମ୍ଭାଳୁ ପୁଣି ପଶ୍ଚିମ ବଙ୍ଗ ନିର୍ବାଚନ ଦାୟିତ୍ୱ ମିଳିଛି। “ଏକ ଫୁଲ ତିନ ମାଲି ” ଭଳି ଦାୟିତ୍ୱ ମିଳିବା ପରେ ବ୍ରହ୍ମପୁର, ଗଜପତି ଜିଲ୍ଲା ଏବେ ଆଇନ ଶୃଙ୍ଖଳା ରେ ମୁରବି ବିହୀନ ପାଲଟିଛି। ଡବଲ ଇଞ୍ଜିନର ଡବଲ ଝଟକା ଏବେ ଦୁଇ ଜିଲ୍ଲା ବାସୀ ଭୋଗୁଛନ୍ତି।
