ଗଂଜାମ ଜିଲା ର ଲାଇଫ ଲାଇନ ଋଷିକୂଲ୍ୟା ନଦୀ ରେ ଧାରେ ପାଣି। ଏତିକି ରେ ଶୋଷ ମେଣ୍ଟିବା କଷ୍ଟ: ଜଳସ୍ତର ହ୍ରାସ ଜନଜୀବନ ପ୍ରଭାବିତ……!

add-all

ପାନୀୟ ଜଳ ପ୍ରକଳ୍ପ ରୁ ସହର ବାସୀ ବଞ୍ଚିତ ପାଣି ପାଇଁ ଲୋକେ ହନ୍ତସନ୍ତ….!
 ବ୍ରହ୍ମପୁର : ଆସିକା ବ୍ଳକ ପାଇଁ ଏବେ ପାନୀୟ ଜଳ ସଙ୍କଟ ଆରମ୍ଭ ହୋଇଛି। ଦୁଇ ନଦୀ ଋଷିକୂଲ୍ୟା ଓ ବଡ଼ ନଦୀ ର ମଧ୍ୟରେ ଥିବା ଆସିକା ବ୍ଳକ ଓ ଆସିକା ଏନ ଏ ସି  ବର୍ଷ ବର୍ଷ ଧରି ଦୁଇ ନଦୀ ର ପାଣି ଧାର ଉପରେ ନିର୍ଭର। ଆସିକା ସହର ଶେଷ ପରେ ବଡ଼ନଦୀ ଋଷିକୂଲ୍ୟା ରେ ମିଶି ଆଗକୁ କେବଳ ଋଷିକୂଲ୍ୟା ପବହିତ ହୁଏ। ଆସିକା ବ୍ଳକ ଓ ମୁନିସିପାଲଟି ର ଜଳ ସ୍ଥର ମୂଖ୍ୟତଃ ଋଷିକୂଲ୍ୟା ନଦୀର ଜଳସ୍ତର ସହିତ ହ୍ରାସ ପାଏ ଓ ବୃଦ୍ଧି ହୁଏ। ଏଭଳି ସ୍ଥିତିରେ ଜଳ ସ୍ତର ହ୍ରାସ ଓ ଧାରେ ପାଣି  ପାଇଁ ବନ୍ୟଜନ୍ତୁ, ଗୃହପାଳିତ ପଶୁ ଅଵବାହିକା ର ବାସିନ୍ଦା ଡହଳ ବିକଳ ହେଉଛନ୍ତି। ଏବେ ଠାରୁ ପାଣି ପାଇଁ ସଙ୍କଟ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହି ସମସ୍ୟା ଅଧିକ ବୃଦ୍ଧି ପାଇବ। ଗତ ବର୍ଷ କମ ବର୍ଷା କାରଣ ରୁ ଭୂତଳ ଜଳ ସ୍ଥର ହ୍ରାସ ପାଇଛି।  ଆସିକା ସହର ବାସିନ୍ଦା ଙ୍କ ପାଇଁ ଉପଯୁକ୍ତ ପାନୀୟ ଜଳ ର ବ୍ୟବସ୍ତା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ବହୁ ବର୍ଷ ପୂର୍ବେ ଆସିକାର ବହୁ ସ୍ଥାନ କୁ ପାଇପ ବିଚାଯାଇ ଟେପ ଯୋଗେ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା । ପରେ  ପରେ ପ୍ରତି ଘର କୁ ମଧ୍ୟ ପାନୀୟ ଜଳ ଯୋଗାଣ  କିନ୍ତୁ ଦିନକୁ ଦିନ ଗୃହ ସଂଯୋଗ ବୃଦ୍ଧି ପାଇବା ଓ ପାଇପ ରେ ପଙ୍କ ଆଦି ଜମା ହେବା କାରଣରୁ ଏବେ ବହୁତ କମ ପାଣି ଯୋଗାଣ ହେଉଛି। ବହୁ ଉଚ୍ଚା ସ୍ଥାନ କୁ ପାଣି ପହଞ୍ଚି ପାରୁନାହିଁ।କେତେବେଳେ ଗୋଳିଆ ପାଣି ତ କେତେ ବେଳେ ଜଙ୍ଗ ମିଶା ପାଣି ଆସୁଛି। ବହୁ ସ୍ଥାନ ରେ ଖୋଳା ଯାଇଥିବା ଗଭୀର ନଳକୂପ ରୁ ଖାରି ପାଣି ଆସୁଥିବା ରୁ ସେ ସବୁ ରୁ ଜଳ ବ୍ୟବହାର ଉପଯୋଗୀ ହେଉନାହିଁ । ଆସିକା ରେ ନିଜସ୍ୱ ଉଦ୍ୟମ ରେ କେହି ନଳ କୂପ ଖୋଳିଲେ କେଉଁଠି ଖାରି ପାଣିତ କେଉଁଠି ପାଣିରେ  ଆଇରନ ର ମାତ୍ରା ଅଧିକ ରହୁଥିବା ହେତୁ ପାନୀୟ ଉପଯୋଗୀ ହେଉନାହିଁ। ଆସିକା ମୁନିସିପାଲଟି ର ଜନ ସାଧାରଣ ମୁଖ୍ୟତଃ ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରୁଥିବା ବେଳେ ଦିନ ରେ ମାତ୍ର ୭ ଘଣ୍ଟା ଜଳ ଯୋଗାଣ ଜଳ କଷ୍ଟ କୁ ଅଧିକ ବଢ଼ାଉଛି। ଆଗକୁ ଖରା  ସହିତ ପାଣିର ଆଵଶ୍ୟକତା ବୃଦ୍ଧି ପାଇବ। ଆସିକା ବିଧାୟକ ସରୋଜ ପାଢ଼ୀ ଗତ କିଛି ମାସ ପୂର୍ବେ ଆସିକା ସହରରେ ପାନୀୟ ଜଳ ସମସ୍ୟା ପାଇଁ ଦୁଇଟି ଜଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାସହ ଅର୍ଥ ଯୋଗାଇ ଥିଲେ। ହେଲେ ଆସିକା ସୋନା ମିନଚିନ ଟାଉନ ହଲ ଠାରେ ଦୁଇଟି ପ୍ରକଳ୍ପ ପାଇଁ ଜମି ଚି଼ହ୍ନଟ କରାଯାଇଥିଲା ହେଲେ କେତେକ କ୍ରୀଡା ବିତ୍ତ ଏହାକୁ ବିରୋଧ କରିଥିଲେ। ଏହା ପରେ ପାନୀୟ ଜଳ ପ୍ରକଳ୍ପ କାଗଜ କଲମରେ ସୀମିତ ରହିଗଲା। ବର୍ତ୍ତମାନ ଆସିକା ର ବିଭିନ୍ନ ୱାର୍ଡ ରେ ତିନି ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇଯାଇଛି। ସାଧରଣ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଆଗ ପାଣି ନାଁ ଖେଳ ପଡିଆ ବୋଲି ସହର ରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

nis-ad
Leave A Reply

Your email address will not be published.