ସରକାର ଙ୍କ ଇଚ୍ଛା ଶକ୍ତିର ଅଭାବ ନା ଆଉ କିଛି? :ମାର୍ଚ୍ଚ ସରିଲା ଏବେବି କୌଣସି ବାଲି ଘାଟ କିମ୍ବା ପଥର ଖାଦାନର ଲିଜ ସରିଥିଲେ ବି ଟେଣ୍ଡର ହୋଇନାହିଁ……!

add-all

ଟେଣ୍ଡର ନହେବା ପଛରେ କଣ ମନ୍ତ୍ରୀଙ୍କ ହାତ..??

ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ମାଫିଆ ଓ ନେତା ମାଲେମାଲ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାଲି ଘାଟ ଓ ପଥର ଖାଦାନର ଲିଜ ର ସମୟ ସୀମା ସରିଯାଇଛି। ଜିଲ୍ଲାର ଅଧିକାଂଶ ବାଲି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି। ସେହି ପରି ବହୁ ପଥର ଖାଦାନର ଲିଜ ର ସମୟ ସରିଯାଇଛି। ଜିଲ୍ଲାର ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇ ମାଫିଆ ମାନେ ଲଘୁ ଖଣିଜ ଦ୍ରବ୍ୟ ଲୁଟିବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ ଲୁଟରେ ସାରା ରାଜ୍ୟରେ ପ୍ରଥମ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ପଥର ଖାଦାନ ଉପରେ ରାଜସ୍ୱ ବିଭାଗ ସର୍ବେ ସର୍ବା ହୋଇଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ଲିଜ ସରିଥିବା ପଥର ଖାଦାନ ପାଇଁ ସରକାରୀ ନିର୍ଦ୍ଧେଶ ଆସିନଥିବା ର ଆଳ ଦେଖାଇ ବେଆଇନ ପଥର ମୋରମ ଲୁଟ ହେଉଛି। ସରକାର ଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ରାଜସ୍ବ ଦିନ ଦିପହରେ ଲୁଟ ହେଉଛି। ଖୋଦ ଖଣି ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଦୀପ ତଳ ଅନ୍ଧାର ତେଣୁ ଅନ୍ୟ ଜିଲ୍ଲା କଥା ନକହିବା ଭଲ l ବାଲି ମାଫିଆ ମାନେ ରାଜ୍ୟରେ ସକ୍ରିୟ ଚୋରା ବାଲି ଚାଲାଣ କୁ ରୋକିବା ପାଇଁ ସମୟ କ୍ରମେ କମିଟି ଗଠନ କରାଯାଉଛି ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ l ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନଙ୍କୁ ନା ଇ. ଡି ର ଭୟ ଅଛି ନା ଆଇ. ଟି କିମ୍ବା ସି ଵି ଆଇ ର ଭୟ ଅଛି, ମନ୍ତ୍ରୀଙ୍କ ଇସାରା ବିନା କାହାର ଛାଇ ଵି ପଡୁନାହିଁ l ଜିଲ୍ଲାର ପାହାଡ଼ ପର୍ବତ ଲୁପ୍ତ ହେବାକୁ ବସିଲାଣି ମାଳ ମାଳ କ୍ରସର କାରଖାନା ଖୋଲା ଯାଉଛି ତଥାପି ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି l ବିନା କାଗଜ ପତ୍ର ଆଇନ କୁ ହାତକୁ ନେଇ ଏହି ବ୍ୟବସାୟ ଚାଲୁଛି ଅଭିଯୋଗ କରିବେ କାହାକୁ..? ଖଣି ବିଭାଗ ହେଉ କି ତହସିଲ ବଟି ଖାଇ ଚୁପ l ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ କ୍ଷତି ହେଉଛି ଏପଟେ ମାଫିଆ ଓ ପ୍ରଶାସନ କଳ ର ରାଜସ୍ବ ବୃଦ୍ଧି ପାଉଛି l ଏବେ ଅନେକ ବ୍ୟକ୍ତି ଟେଣ୍ଡର କୁ ଅପେକ୍ଷା କେବେ ହେବ ବୋଲି ଅପେକ୍ଷା କରିଛନ୍ତି କିନ୍ତୁ ଏହାର ଉତ୍ତର କାହାରି ପାଖରେ ନାହିଁ ଏହା ହେଉଛି କଣ ଡବଲ ଇଞ୍ଜିନ ସରକାର ବୋଲି ସାଧାରଣ ରେ ଆଲୋଚନା ହେଉଛି l ତେଣୁ ରାଜ୍ୟ ରାଜସ୍ବ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି…

nis-ad
Leave A Reply

Your email address will not be published.