
ଚୋରା ବାଲି ଚାଲାଣ ବେଳେ ଅଟକ ରଖି ଅର୍ଥ ଆଦାୟ ଅଭିଯୋଗ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ଦୁଇ ଥାନା ସଦର ଓ ନିମଖଣ୍ଡି ଏବେ ଚର୍ଚ୍ଚାରେ ରହିଛି। ସଦର ଥାନା କୁକୁଡାଖଣ୍ଡି ଦେଇ ଏବଂ ନିମଖଣ୍ଡି ଥାନା ଗୁରଣ୍ଠି ଓ ହୁଗୁଳାପଟା ଦେଇ ସହର ମଧ୍ୟକୁ ପ୍ରବେଶ କରୁଛି,ଦୈନିକ ସହ ସହ ଚୋରା ବାଲି ଗାଡି । ଅଭିଯୋଗ ଆସୁଛି ସଦର ଥାନାରେ ଟୋଲ ଗେଟ ଭଳି ପ୍ରତେକ ଗାଡି ଯାଞ୍ଜ ପାଇଁ ଅଟକାଯାଉଛି। ଧର୍ମକୁ ଆଖି ଠାର ଭଳି ଦୁଇଟି ଗାଡ଼ି ଚେକିଙ୍ଗ ବାହାନା କରି ଅନ୍ୟ ଗାଡ଼ିରୁ ଅର୍ଥ ଆଦାୟ ହେଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। ବିନା ୱାଇ ଫର୍ମ ବିନା କାଗଜ ପତ୍ର ବା ଫିଟନେସ ନଥିବା ଗାଡି ଦୃତ ଗତିରେ ଯାଉଥିବା ଦେଖିବାକୁ ମିଳୁଛି। ଚୋରା ବାଲି ମାଫିଆ ମାନଙ୍କ ଏହି ଦୁଇ ଥାନା ଏବେ ହବ୍ ପାଲଟିଛି। ଏହି ଦୁଇ ଥାନା ବିଷୟରେ ଏବେ ଖଟିରେ ଚର୍ଚ୍ଚା ହୁଏ ଥାନା ଗୁଡିକରେ ଆଦାୟ ପ୍ରବଳ କାର୍ଯ୍ୟ ଦୁର୍ବଳ ବୋଲି। ବ୍ରହ୍ମପୁର ଏସପି ଅଚାନକ ଚଢ଼ାଉ କଲେ ବାବୁ ମାନଙ୍କ କାରନାମା ପଦାରେ ପଡ଼ିବ ବୋଲି ଆଲୋଚନା ହେଉଛି। ପୁଣି ବାଲି ମାଫିଆ ମାନଙ୍କ ଦ୍ଵାରା ବାବୁ ମାନଙ୍କ ମାସିକିଆ ବଟି ଫିକ୍ସ l ସଦର ଥାନା ଅଞ୍ଚଳ ରେ କେବଳ ବାଲି, ପଥର ନୁହଁ ଅଞ୍ଚଳ ରେ ଚାଲିଛି ଜୁଆ ଆଡ୍ଡା ସହିତ ସେକ୍ସ ରାକେଟ ଯାହାକି ପୋଲିସ କୁ ଧରିଲେ ଲାଭ ଛାଡିଲେ ଵି ଲାଭ ବୋଲି ବାଜୁଛି ତୁଣ୍ଡ ବାଇଦ l ସଦର ଥାନା ଅଞ୍ଚଳ ରେ ମାଳ ମାଳ କ୍ରସର କାରଖାନା, ଘୁଟକା କାରଖାନା କିନ୍ତୁ ବାବୁଙ୍କ ଚଢ଼ାଉ ର ନା ଧରୁ ନାହାନ୍ତି l ଚୋରା ମଦ କାରବାର ରେ ମଧ୍ୟ ଏହି ଥାନା ଶ୍ରେଷ୍ଠ ଥାନା ପୁଣି ଥାନା ବାବୁଙ୍କ ଉକ୍ତ ଥାନାରେ ଅଭିଜ୍ଞତା ପ୍ରବଳ ରହିଛି ତେଣୁ ଚୁନା ମାଛ କୁ ଗୁଳି ପାଣି ସୁହାଇଲା ପରି ମନେ ହେଉଛି l ବର୍ତ୍ତମାନ ଥାନା ଅଧିକାରୀ ମୌଳିକ କାର୍ଯ୍ୟ ରୁ ଦୁରେଇ ଖଣି ବିଭାଗ ଏବଂ ତହସିଲ ବିଭାଗ କାର୍ଯ୍ୟ କୁ ଗୁରୁତ୍ୱ ଦେବା ପରି ମନେ ହେଉଛି l ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l
