ରାଜସ୍ବ ଆଦାୟରେ ଓଡ଼ଗାଁ ଏନଏସି ଶୀର୍ଷରେ…

add-all


ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପାଇଁ ରାଜସ୍ବ ଆଦାୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଏହାକୁ ନେଇ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।ରାଜସ୍ବ ଆଦାୟରେ ସଂପୃକ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ପର ହୋଇପାରିଛି ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସୂଚନା ଦେଇଛନ୍ତି।୨୦୧୭ ମସିହା ଅଗଷ୍ଟ ୧୭ ତାରିଖ ଦିନ ଆତ୍ମପ୍ରକାସ କରିଥିବା ଓଡ଼ଗାଁ ଏନଏସି ଦୃତ ବିକାଶ ଏବଂ ନିଷ୍ଠାପର ଉଦ୍ୟମ ଯୋଗୁଁ ପ୍ରଥମ ଥର ପାଇଁ ଏହି ଲକ୍ଷ ହାସଲ କରିବାରେ ସଫଳ ହୋଇ ପାରିଛି ।ଏହି ସଫଳତା ଓଡ଼ଗାଁ ଏନଏସି ବାସୀଙ୍କ ସହଯୋଗର ଶ୍ରେୟ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।ସହରବାସୀଙ୍କ ସହଯୋଗ ମିଳିଲେ ଆଗକୁ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିବ । ଆଖୁପଦର ଠାରେ ନିର୍ମାଣ ହୋଇଥିବା କଲ୍ୟାଣୀ ମଣ୍ଡପ ନିକଟରେ ସାରିଥିବା ବେଳେ ମହୋତ୍ସବ ପଡିଆ କଲ୍ୟାଣୀ ମଣ୍ଡପ ଏବଂ ଓଡ଼ଗାଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ଜଣାପଡିଛି ।

ad-week
Leave A Reply

Your email address will not be published.