୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ JSW-POSCO ପ୍ଲାଣ୍ଟ ନିର୍ମାଣ

add-all

ଭୁବନେଶ୍ୱର : ଓଡ଼ିଶାରେ ହେବ JSW-POSCO ପ୍ଲାଣ୍ଟ ।  ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ଷ୍ଟିଲ ପ୍ଲାଣ୍ଟ ହେବ ନିର୍ମାଣ ।  ଷ୍ଟିଲ ପ୍ଲାଣ୍ଟ ନେଇ JSW ଓ POSCO ମଧ୍ୟରେ ହୋଇଥିବା ଚୁକ୍ତିକୁ ଜେଏସଡବ୍ଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦେଇଛି ।  ୮୮୭ ଏକର ଜମିରେ ନିର୍ମାଣ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୬୦ ଲକ୍ଷ ଟନ ଧାର୍ଯ୍ୟ କରାଯାଇଛି ।  ଏହି ସହଭାଗିତାରେ JSW ର ପ୍ରକଳ୍ପ ପରିଚାଳନା ଦକ୍ଷତା ଏବଂ POSCO ର ଅତ୍ୟାଧୁନିକ ଷ୍ଟିଲ୍ ମେକିଂ ଟେକ୍ନୋଲୋଜିର ସମନ୍ୱୟ ଘଟିବ । ପୂର୍ବରୁ କେନ୍ଦୁଝରର ପାଟଣା ଠାରେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଉ ପାଦେ ଆଗେଇଲା ଜେଏସଡବ୍ଲ୍ୟୁ- ପୋସ୍କୋ ପ୍ଲାଣ୍ଟ। ଓଡ଼ିଶାରେ JSW ଏବଂ POSCOର ମିଳିତ ପ୍ରକଳ୍ପ। ଜିନ୍ଦଲ ଷ୍ଟିଲ ଓ ପୋସ୍କୋର ୫୦ ପ୍ରତିଶତ ଲେଖାଏଁ ଭାଗିଦାରୀରେ ନିର୍ମାଣ ହେବ ଷ୍ଟିଲ ପ୍ଲାଣ୍ଟ । ମେଗା ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ରହିଛି ବାର୍ଷିକ ୬୦ ଲକ୍ଷ ଟନ। ଅତ୍ୟାଧୁନିକ ଗ୍ରୀନଫିଲ୍ଡ ପ୍ରକଳ୍ପ ୮୮୭ ଏକର ଜମିରେ ସ୍ଥାପନ କରାଯିବ ।  ଏଥିରେ ପୋସ୍କୋର ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଜିନ୍ଦଲ ଷ୍ଟିଲର ପରିଚାଳନା ଦକ୍ଷତା ବ୍ୟବହାର ହେବ ।  ଓଡ଼ିଶାରେ ବାର୍ଷିକ ୬ ୦ଲକ୍ଷ ଟନ ଷ୍ଟିଲ ଉତ୍ପାଦନ ବିଶିଷ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଭାରତର ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ ଓ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ ମଧ୍ୟରେ ଚୁକ୍ତିକୁ ଜେଏସଡବଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଜେଏସଡବଲ୍ୟୁ ଷ୍ଟିଲର ସହାୟକ ସଂସ୍ଥା ସାଫ୍ରନ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଚୁକ୍ତି ଅନୁଯାୟୀ ପୋସ୍କୋ ଏହି ଷ୍ଟିଲ ପ୍ଲାଣ୍ଟରେ ପ୍ରାୟ ୫୦୮. ୮ କୋଟି ଟଙ୍କା ନିବେଶ କରି ୫୦ ପ୍ରତିଶତ ଅଂଶୀଦାର ଗ୍ରହଣ କରିବ। ଅବଶିଷ୍ଟ ୫୦ପ୍ରତିଶତ ଅଂଶଧନ ଜେଏସଡବ୍ଲ୍ୟୁ ପାଖରେ ରହିବ। ୨୦୨୬ ଡିସେମ୍ବର ୩୧ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ପାଟଣା ତହସିଲ ଅଞ୍ଚଳରେ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିରେ ପ୍ରାୟ ୩୫ ହଜାର କୋଟିରୁ ୪୦ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଧାର୍ଯ୍ୟ ହୋଇଛି ।  ଏହି ମେଗା ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୮ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପୂର୍ବରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଉଭୟ କମ୍ପାନୀ ଷ୍ଟିଲ୍ ବ୍ୟତୀତ ଅଟୋମୋବାଇଲ ଏବଂ ଅନ୍ୟାନ୍ୟ ବିଶେଷ ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଉଚ୍ଚମାନର ଭାଲ୍ୟୁ-ଆଡେଡ୍ ଷ୍ଟିଲ୍ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଛନ୍ତି ।

୨୦୨୫ ଅଗଷ୍ଟରେ ଜେଏସଡବଲ୍ୟୁ ଓ ପୋସ୍କୋ ମଧ୍ୟରେ ହୋଇଥିବା ପ୍ରାଥମିକ ଆଲୋଚନା ଆଧାରରେ ଏହି ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ଉପଲବ୍ଧ ପ୍ରାକୃତିକ ସମ୍ପଦ ଏବଂ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ପାଟଣାକୁ ଚୟନ କରାଯାଇଛି। ଏହି ଶିଳ୍ପାୟନ ଦ୍ୱାରା ଓଡ଼ିଶାରେ ବ୍ୟାପକ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ରାଜ୍ୟର ଶିଳ୍ପ ପ୍ରଗତିକୁ ଏକ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି ।

nis-ad
Leave A Reply

Your email address will not be published.