ଶିକ୍ଷକଙ୍କ ଅକାଳ ଦେହାନ୍ତ, ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

add-all

ନୟାଗଡ଼, ୧୮/୦୪(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପାମ୍ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଅଟ୍ଟଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନାନୁସାରେ, ତାଙ୍କର ନିଜ ଗାଁ ଖୋର୍ଦ୍ଧା ଜିଲ୍ଲାର ସାଗୁରଗୁଆଁ ସ୍ଥିତ ବାସଭବନରେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ବାଙ୍କୋଇ ମେଡିକାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଜଣେ ନିଷ୍ଠାବାନ୍, କର୍ମଠ ଓ ଦାୟିତ୍ୱବାନ୍ ଶିକ୍ଷକ ଭାବେ ପରିଚିତ ଥିଲେ। ଶିକ୍ଷାକ୍ଷେତ୍ରରେ ତାଙ୍କର ଅପାର ଅବଦାନ ରହିଥିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ବହୁତ ପ୍ରିୟ ଥିଲେ। ସେ ସଦା ଶିକ୍ଷାର ଗୁଣତ୍ୱ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଉନ୍ନତି ଓ ବିଦ୍ୟାଳୟର ସମଗ୍ର ବିକାଶ ପାଇଁ କାର୍ଯ୍ୟ କରୁଥିଲେ।

ତାଙ୍କର ଦେହାନ୍ତରେ ଶିକ୍ଷକମଣ୍ଡଳୀ, ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ମଧ୍ୟ ଏହି ଦୁଃଖଦ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ଏବଂ ରଣପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

ପରମେଶ୍ୱରଙ୍କ ନିକଟରେ ତାଙ୍କର ଆତ୍ମାର ଶାନ୍ତି କାମନା କରାଯାଇଥିବା ସହିତ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ଦେବାକୁ ପ୍ରାର୍ଥନା କରାଯାଇଛି।

nis-ad
Leave A Reply

Your email address will not be published.