ଦନ୍ତା ଆକ୍ରମଣରେ ମହିଳା ମୃତ

add-all

ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।  ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର ପ୍ରଧାନଙ୍କ ସ୍ତ୍ରୀ ପାତି ପ୍ରଧାନ। ପାତି କାଜୁ ତୋଳିବା ପାଇଁ କୁଡା ସାହି ନିକଟରେ ଥିବା କାଜୁ ବଗିଚାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତା ତାଙ୍କୁ ତଳେ କଚାଡି ଦଳି ଦେଇଛି । ଘଟଣାସ୍ଥଳରେ ହିଁ ପାତିଙ୍କର ମୃତ୍ୟୁ ଘଟିଛି । ଗତ ଶୁକ୍ରବାର ଠାରୁ କୁଣ୍ଢେଇଗୋଳା ସେକ୍ସନର ବିଭିନ୍ନ ଗାଁରେ ଜାରି ରହିଛି ଦନ୍ତା ହାତୀ ଉପଦ୍ରବ।

ad-week
Leave A Reply

Your email address will not be published.