
ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା ।
ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ ଆଣିଥିଲେ ମୋଦୀ ସରକାର । କିନ୍ତୁ ସଂସଦ ଓ ବିଧାନସଭାରେ କଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ । କାରଣ ବିଲ୍ ପାସ୍ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଭାବୁଛନ୍ତି ଯେ ଏହି ବିଲ୍ ଆଉ ଆସିପାରିବ ନାହିଁ । ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ମଧ୍ୟ ଏହି ବିରୋଧରେ ଥିଲେ । ଆନ୍ତରିକତାର ଅଭାବ ପାଇଁ ବିରୋଧୀ ଏହି ପରିସ୍ଥିତି କରିଛନ୍ତି । ବିରୋଧୀଙ୍କୁ ନାରୀ ଶକ୍ତି ଏହାର କଡା ଜବାବ ଦେବେ ।
ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆପଣ ଶୁଣିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବେଦନା ଓ ମାତୃଶକ୍ତି ପ୍ରତି ତାଙ୍କ ସମବେଦନା ଥିଲା । ଯେଉଁଥିରେ ବିରୋଧୀଙ୍କ ଚକ୍ରାନ୍ତ ଏଥିରେ ସ୍ପଷ୍ଟ ହୋଇଗଲା। ବିରୋଧୀ ଦେଶର ମାତୃଶକ୍ତି ଙ୍କ ପିଠିରେ ଛୁରୀ ଭୁସିଲେ। ସମ୍ବିଧାନ ଦେଖାଇ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ବାଂସୁରୀ । ଏହି ସମ୍ବିଧାନକୁ ସବୁବେଳେ ନେତା ପ୍ରତିପକ୍ଷ ଦେଖାଉଛନ୍ତି ତାକୁ କେବେ ପଢିନାହାନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ବର 2023 ରେ ପାରିତ ହୋଇଥିଲା। ଯାହା ବିଲରେ ପରିଣତ ହେବା ପାଇଁ ଏ ସ୍ବତନ୍ତ୍ର ଅଧିବେଶନ ଅଣାଯାଇଥିଲା। ଡିଲିମିଟେଶନ କୁ ନେଇ ନିଜେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
କାହାର ଅଧିକାର ଏଥିରେ କ୍ଷୁର୍ଣ୍ଣ କରାଯାଇନାହିଁ । ଏହା ପରେ ମଧ୍ୟ ବିରୋଧୀ ଏହି ବିଲ୍ ଜଲଦି ଅଣାଯାଉଥିବା ଅଭିଯୋଗ କଲେ। 40 ବର୍ଷ ଲାଗିଗଲା ଏହାକୁ ଆଣିବାକୁ ଆପଣ କହୁଛନ୍ତି ଜଲଦି ଆସିଲା। ଏହା ଶ୍ରେୟ କିମ୍ବା କ୍ରେଡିଟ ର ଲଢ଼େଇ ନଥିଲା। ଏହା ମହିଳାଙ୍କ ଲଢ଼େଇ ଥିଲା। ଯାହା ବିରୋଧୀ କରିବାକୁ ସୁଯୋଗ ଦେଲେ ନାହିଁ। ବିରୋଧିଙ୍କର ନିୟତି ନଥିଲା । ସେମାନେ ମାତୃଶକ୍ତିକୁ ଅପମାନ କରିଛନ୍ତି । ଏହାକୁ ଆମେ ଗାଁ ଗାଁ କୁ ନେବା । ଆପଣ ମାତୃଶକ୍ତିର ଅଭିଶାପ ମଧ୍ୟ ପାଇବେ । ଏହା ବିଜେପି ପାଇଁ ରାଜନୀତିକ ମୁଦ୍ଦା ନଥିଲା । ବିଜେପି ପ୍ରତିଶ୍ରୁତିବଦ୍ଧ ଏହାକୁ ଲାଗୁ କରାଇବା।
