

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦୀଘୋର ଠାରେ ଥିବା ବେଆଇନ ବାଲି ଘାଟ ଉପରେ ଆଜି ସନ୍ଧ୍ୟାରେ ଗାଁ ଲୋକେ ମେଳି ବାନ୍ଧି ଚଢ଼ାଉ କରିଛନ୍ତି। ଗାଁ ଲୋକଙ୍କ ସହ ବାଲି ମାଫିଆ ମାନଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝା ସୁଝା କରିଲେ ବି ଗାଁ ଲୋକେ ଏଠାରୁ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ଜିଦ ଧରିବସିଛନ୍ତି। ଦୀର୍ଘ ଦିନ ହେଲା ଧରାକୋଟ ଅଞ୍ଚଳ ରେ ବାଲି ମାଫିଆ ମାନେ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରା ଚାଲାଣ କରୁଛନ୍ତି। ନିକଟସ୍ଥ ଗାଁ ଲୋକଙ୍କ ବାରଣ ସତ୍ତ୍ୱେ ବାଲି ମାଫିଆ ମାନେ ଧମକ ଚମକ ଦେଇ ଆସୁଥିଲେ। ଆଜି ନନ୍ଦୀଘୋର ଗାଁ ଲୋକେ ମେଳି ବାନ୍ଧି ଜେସିବି କୁ ଅଟକ ରଖିବା ସହ ବାଲି ମାଫିଆ ମାନଙ୍କୁ ଟକ୍କର ଦେଇଛନ୍ତି। ଆମେ ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ କରିଛୁ ବାଲି ପାଇଁ ଗଞ୍ଜାମ ଜିଲ୍ଲାର

ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା, ଶେରଗଡ଼ ଓ ଧରାକୋଟ ଅଞ୍ଚଳ ରେ ଚୋରା ବାଲି କାରବାର ପାଇଁ ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି ବୋଲି। ଆଜି ଗାଁ ଲୋକଙ୍କ ମେଳି ଦେଖି ବାଲି ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିବା ଲକ୍ଷ କରାଯାଇଛି। କିନ୍ତୁ ଆଗକୁ କିଛିବି ଅଘଟଣ ଘଟି ପାରେ l ମାର୍ଚ୍ଚ ମାସ ଶେଷ ହୋଇ ଏପ୍ରିଲ ମାସ ଵି ଶେଷ ହେବାକୁ ବସିଲାଣି କିନ୍ତୁ ଆଜି ସୁଦ୍ଧା ବାଲୁ ଘାଟ ନିଲାମ ହୋଇ ପାରିଲା ନାହିଁ ତେଣୁ ଚୋରା କାରବାର ଜିଲ୍ଲା ରେ ବୃଦ୍ଧି ପାଉଛି l ଖଣି ବିଭାଗ, ପୋଲିସ, ମନ୍ତ୍ରୀ ଓ ବିଧାୟକ ଏବଂ ମାଫିଆ ମାନଙ୍କ ସଲା ସୁତରା ରେ ଚାଲିଛି ବାଲିର ଚୋରା ଚାଲାଣ ବୋଲି ଖଟିରେ ଚର୍ଚ୍ଚା l ସନ୍ଧ୍ୟା ହେବା ଠାରୁ ସକାଳ ହେବା ଯାଏ ସହ ସହ ଚୋରା ବାଲି ଗାଡି ଚାଲୁଛି ସରକାର ଙ୍କ ରାଜସ୍ବ କ୍ଷତି ହେଉଛି ସତ କିନ୍ତୁ ପୋଲିସ, ମାଇନିଙ୍ଗ, ନେତା ଏବଂ ମାଫିଆ ମାନଙ୍କ ଦିନକୁ ଦିନ ରାଜସ୍ବ ବଢ଼ିବାରେ ଲାଗୁଛି l ତେଣୁ ଗ୍ରାମ ବାସୀ ଆଇନ କୁ ହାତକୁ ନେଲେଣି ତେଣୁ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବନି l
