ଜାତିଆଣ ଆକ୍ଷେପ ଓ ଆକ୍ରମଣ ପରେ ଆତ୍ମଦାହ ଉଦ୍ୟମ କଲେ ଦଳିତ ଯୁବକ

add-all

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର ଯୁବକ ଆକ୍ରମଣ କରିବା ଓ ଜାତିଗତ ଆକ୍ଷେପ କରିବା ପରେ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୩୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ରବିବାର ପୁଲିସ ସୂଚନା ଦେଇଛି।

ଶନିବାର ଏହି ଘଟଣା ଘଟିଥିଲା। ମୁଜାଫର୍‌ନଗର ଜିଲ୍ଲାର ଖତୌଲି ତହସିଲ ଅନ୍ତର୍ଗତ ଗଙ୍ଗଧାଡ଼ି ଗାଁରେ ଅଭିଯୁକ୍ତ ଟିଙ୍କୁ ଓରଫ୍‌ ଗୌରବ (୨୮) ଦଳିତ ଯୁବକ ହିମାଂଶୁ (୨୫)ଙ୍କୁ ମାଡ଼ ମାରିବା ସହିତ ଜାତିଗତ ଆକ୍ଷେପ କରିଥିଲେ। ଏହି ଅପମାନ ସହି ନପାରି ହିମାଂଶୁ ନିଜକୁ ନିଆଁ ଲଗାଇ ଦେଇଥିଲେ। ପୁଲିସ ଏହି ମାମଲାକୁ ନେଇ ଅଭିଯୁକ୍ତ ଟିଙ୍କୁ ନାଁରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛନ୍ତି। ଆହତ ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିମାଂଶୁଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଟିଙ୍କୁ କହୁଥିବା କାମ ନ କରିବାରୁ ସେ ତାଙ୍କ ପୁଅକୁ ଚାପୁଡ଼ା ମାରିବା ସହିତ ତାଙ୍କ ଜାତିକୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲା। 

ad-week
Leave A Reply

Your email address will not be published.