କୂଅ ଭିତରୁ ଯୁବକ ଉଦ୍ଧାର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋୁକୋଣ୍ଡା ବ୍ଲକ ଅନ୍ତର୍ଗତ ମା ମାଉଳି ଛକ ନିକଟରେ ଥିବା ଏକ କୂଅ ଭିତରୁ ଜଣେ ଯୁବକକୁ ଅଗ୍ନିସମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ କୋରକୁଣ୍ଡା ଗ୍ରାମର କାହୁଁ ପୁଜାରୀ ନାମକ ଜଣେ ଯୁବକ ଗ୍ରାମ ଛକ ନିକଟରେ ଥିବା ଏକ କୂଅ ଉପରେ ବସିଥିବା ବେଳେ ହଠାତ୍ କୂଅ ଭିତରେ ପଡ଼ିଯାଇଥିଲେ।
ନିଜକୁ ବଞ୍ଚେଇବା ପାଇଁ ସେ ବାରମ୍ବାର ଚିତ୍କାର କରିଥିଲେ । ସେହି ସମୟରେ କିଛି ଗ୍ରାମ ବସି ଚିତ୍କାର ଶୁଣି ଯୁବକଙ୍କୁ ଉଦ୍ଧାର ଉଦ୍ୟମ କରିବା ସହ ତୁରନ୍ତ ଅଗ୍ନଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଯୁବକକୁ ଉଦ୍ଧାର କରି ପରିବାରଙ୍କ ଓ ଗ୍ରାମ ବାସୀଙ୍କ ସାହାଯ୍ୟରେ କୋରକୁଣ୍ଡା ପ୍ରାଥମିକ ଚିକିତ୍ସାଳୟ ଚିକିସ୍ୟା ନିମନ୍ତେ ପଠା ଯାଇଥିଲା।
ତେବେ ଯୁବକ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.