ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ

add-all

ସୁବର୍ଣ୍ଣପୁର : ଜନ ଗଣନା ଡ୍ୟୁଟି କରିବାକୁ ଯାଇ ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ  l ଏଭଳି ଏକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ  l  ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗାଁର ବଂଶୀଧର ଭୋଇ ଆଜି ସୁନାପାଲି ଗାଁକୁ ଜନଗଣନା କରିବାକୁ ଯାଇଥିଲେ  l ତେବେ ସେଇଠି ଅପରାହ୍ନ ୨ ଟାରେ ଘରକୁ ଫେରିଲା ପରେ ଆସୁସ୍ଥତା ଅନୁଭବ କରିଥିଲେ l ଫଳରେ ପରିବାର ଲୋକ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ l ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଡ୍ୟୁଟି କରି ସେ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l

ବଂଶୀଧର ସୁନାପାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ l ପରିବାରରେ ତାଙ୍କର ପତ୍ନୀ ଏବଂ ଦୁଇ ଅବିବାହିତ ଝିଅ ରହିଥିବାରୁ ଏବେ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି l ସେପଟେ ଆମ୍ବୁଲାନ୍ସ ଗାଡି ବିଳମ୍ବ ରେ ପହଞ୍ଚି ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା l ପୋଷ୍ଟମର୍ଟମ କଲାପରେ ଅଂଶୁଘାତ ଜନିତ ମୃତ୍ୟୁ ଜଣାପଡିବ ବୋଲି ଡାକ୍ତର କହିଛନ୍ତି l

nis-ad
Leave A Reply

Your email address will not be published.