ଇରାନ ଜାହାଜ ଉପରକୁ ଆମେରିକାର ଗୁଳିମାଡ଼

add-all

ଆମେରିକା : ସମୁଦ୍ର ମଝିରେ ହାଇ-ଭୋଲଟେଜ୍ ଡ୍ରାମା! । ଇରାନ ଜାହାଜ ଉପରକୁ ଗୁଳିମାଡ଼! । ଆମେରିକା ନୌସେନା ହାତରେ ଜବତ ହେଲା ଇରାନର ବିଶାଳ ଜାହାଜ। ଏ ନେଇ ‘ଟ୍ରୁଥ୍ ସୋସିଆଲ୍’ ଆକାଉଣ୍ଟରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ଆମେରିକାର ନୌସେନା ଓମାନ ସାଗରରେ ଇରାନର ଏକ ବିଶାଳକାୟ ମାଲବାହୀ ଜାହାଜ ‘ଟୁସ୍କା’ (TOUSKA) କୁ ଅଟକାଇବାରେ ସଫଳ ହୋଇଛି।୯୦୦ ଫୁଟ ଲମ୍ବା ଜାହାଜଟି ଯୁଦ୍ଧ ବିମାନ ବାହକ ଜାହାଜ ଭଳି ଓଜନଦାର। ଏହା ଆମେରିକାର ସାମୁଦ୍ରିକ ପ୍ରତିବନ୍ଧକକୁ ମାନୁନଥିଲା ।

ଆମେରିକାର ଯୁଦ୍ଧ ଜାହାଜ USS SPRUANCE ଏହାକୁ ଅଟକିବା ପାଇଁ ବାରମ୍ବାର ଚେତାବନୀ ଦେଇଥିଲା। ଇରାନୀ କ୍ରୁ ସଦସ୍ୟମାନେ କଥା ନଶୁଣିବାରୁ, ଆମେରିକା ନୌସେନା ଜାହାଜର ଇଞ୍ଜିନ ରୁମ୍ କୁ ଗୁଳି ମାଡ଼ କରି ଏହାକୁ ସମୁଦ୍ର ମଝିରେ ଅଚଳ କରିଦେଇଥିଲେ। ବର୍ତ୍ତମାନ ଜାହାଜଟି ସମ୍ପୂର୍ଣ୍ଣ ଭାବେ ଆମେରିକା ନୌସେନା କବଜାରେ ଅଛି। ଆମେରିକା ମେରିନ କର୍ମଚାରୀ ଜାହାଜକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ପୂର୍ବରୁ ବେଆଇନ କାର୍ଯ୍ୟ ପାଇଁ ଏହି ଜାହାଜ ଉପରେ ଆମେରିକା କଟକଣା ଲଗାଇଥିଲା। ଜାହାଜ ଭିତରେ କ’ଣ ସବୁ ସାମଗ୍ରୀ ଅଛି, ତାହାର ଯାଞ୍ଚ ଚାଲିଛି। ଆମେ ଜାହାଜକୁ ସମ୍ପୂର୍ଣ୍ଣ ଜବତ କରିଛୁ ଏବଂ ସେଥିରେ କ’ଣ ଅଛି ତାହା ଦେଖୁଛୁ!” ବୋଲି ଟ୍ରମ୍ପ କହିଛନ୍ତି ।

ad-week
Leave A Reply

Your email address will not be published.