ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ

add-all

ଜାପାନ : ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି ।  ୩ ମିଟର ଉଚ୍ଚ ଢେଉ ଇୱାଟେ ପ୍ରଦେଶ ଏବଂ ହୋକାଇଡୋର କିଛି ଅଂଶରେ ଆଘାତ କରିପାରେ ବୋଲି ଅଧିକାରୀମାନେ କହିଛନ୍ତି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇଯିବାକୁ ଅନୁରୋଧ କରାଯାଇଛି ।

ସରକାର ଏବଂ ଜରୁରୀକାଳୀନ ସେବାଗୁଡିକ ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି । ପରିସ୍ଥିତି ଉପରେ ଲଗାତାର ଭାବେ ନଜର ରଖାଯାଇଛି । ଭୂକମ୍ପ ପରେ ସୁନାମୀ ମାଡି ଆସିପାରେ ବୋଲି ସତର୍କତା ଜାରି କରାଯାଇଛି । ତେଣୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।

nis-ad
Leave A Reply

Your email address will not be published.