
ରାଜସ୍ଥାନ : ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ନିଆଁ ଲାଗିବା ପରେ ସୁରକ୍ଷା କର୍ମୀ ଏବଂ କର୍ମଚାରୀଙ୍କୁ ତତ୍କାଳ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।
ଖବର ମୁତବାକ, ତୈଳ ବିଶୋଧନାଗାରର ଏକ ପ୍ରକ୍ରିୟାକରଣ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ପରିସ୍ଥିତିର କାରଣ ତଦନ୍ତ ପାଇଁ ବୈଷୟିକ ଦଳ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରିଫାଇନାରୀରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମ ରହିଥିଲା । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ରିଫାଇନାରୀରର ଲୋକାର୍ପଣ କରିଥାନ୍ତେ । ତେବେ ଏଯାଏଁ କ୍ଷୟକ୍ଷତି ଆକଳନ ଏବଂ ସଠିକ କାରଣ ଜଣାପଡିନାହିଁ ।
