ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨ ରେଜଲ୍ଟ

add-all

ନୂଆଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨। ପ୍ରବେଶିକା ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇ ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଅଫିସିଆଲ ୱେବସାଇଟ jeemain.nta.nic.in କୁ ଯାଇ ଫଳାଫଳ ଦେଖିପାରିବେ।୧୧ ଲକ୍ଷରୁ ଉର୍ଦ୍ଧ୍ବ ପିଲା ଦେଇଥିଲେ  ଜେଇ  ମେନ୍‌ ୨୦୨୬ ସେସନ-୨।

ଜେଇ ମେନ୍‌ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ପ୍ରତିବର୍ଷ, ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଏହି ପରୀକ୍ଷା ଦିଅନ୍ତି।

nis-ad
Leave A Reply

Your email address will not be published.