
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ମହାତ୍ମାଗାନ୍ଧୀ ରୋଡ଼ ବା ବଜାର ସାହିରେ କିଛି ବ୍ୟବସାୟୀ ଚୋରା ସୁନା କ୍ରୟ କରି କୋଟିପତି ହେବାର ନଜିର ରହିଛି। ପୂର୍ବରୁ ବହୁ ବ୍ୟବସାୟୀ ଏରୋଗଲା ମାନଙ୍କ ଠାରୁ ଚୋରା ସୁନା ଶାଗମାଛ ଦରରେ କ୍ରୟ କରି ପୋଲିସ ଦ୍ୱାରା ଧରାପଡ଼ି ଜେଲ ମଧ୍ୟ ଯାଇଛନ୍ତି। ବର୍ତ୍ତମାନ ଦୁଇ ଜଣ ବ୍ୟବସାୟୀ ଅତି ଚତୁରତା ସହ ଗରିବ ଶ୍ରେଣୀର ବେକାର ଯୁବକଙ୍କୁ ବ୍ୟବହାର କରି ଜିଲ୍ଲା ସମେତ ଜିଲ୍ଲା ବାହାରେ ଓ ରାଜ୍ୟ ବାହାରେ ଚୋରୀ ହେଉଥିବା ସୁନା ସେମାନଙ୍କ ଜରିଆରେ କ୍ରୟ କରୁଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି। ଏହି ଦୁଇ ଚୋରା ସୁନା କାରବାର କରୁଥିବା କରିତକର୍ମା ବ୍ୟବସାୟୀ ମାନଙ୍କ ଆସିକା ବଜାର ସାହି, ହାଟପଦା, ଲକ୍ଷ୍ମୀବଜାର, ବିନାୟକ ବଜାର ସମେତ ବ୍ରହ୍ମପୁର ଠାରେ କୋଟି କୋଟି ଟଙ୍କା ର ବଡ଼ ବଡ଼ ଅଟାଳିକା ରହିଛି। ଏହି ଦୁଇ ବ୍ୟବସାୟୀ ମାନେ ବେକାର ଯୁବକଙ୍କ ଜରିଆରେ ଚୋରା ସୁନା କ୍ରୟ କରୁଛନ୍ତି। ଯଦି ପୋଲିସ ଦ୍ୱାରା ଗିରଫ କିମ୍ବା ଧରପଗଡ଼ ବେଳେ ମୋଟା ଅଙ୍କ ଦେଇ ରଫା ଦଫା କରିବାରେ ଏହି ଦୁଇ ଜଣ ସିଦ୍ଧହସ୍ତ ବୋଲି ଵି ଚର୍ଚ୍ଚା ହେଉଛି । ମୁଠା ମୁଠା ଟଙ୍କା ର ମାଲିକ ହେବା ପରେ ଏହି ଦୁଇ ଜଣ ଚତୁର ଚୋରା ସୁନା କ୍ରୟ କରୁଥିବା ବ୍ୟବସାୟୀ ବିଭିନ୍ନ ଅନୁଷ୍ଠାନ ରେ ବିଭିନ୍ନ ପଦ ପଦବୀ ରେ ରହିବାକୁ ଆଖି ବୁଝା ଅର୍ଥ ବ୍ୟୟ କରିବାର ନଜିର ରହିଛି। ଏପରିକି ପୋଲିସ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ଅର୍ଥ ଦେଇ ପୋଲିସ ର ନିକଟତର ହେବାକୁ ପ୍ରୟାସ କରନ୍ତି। ଏରୋଗଲା ଚୋରା ସୁନା କ୍ରୟ କରି ପୋଲିସ କୁ ଚକାମା ଦେବାରେ ଏହି ଦୁଇ ବ୍ୟବସାୟୀ ସିଦ୍ଧାହସ୍ତ ବୋଲି ସାଧାରଣର ରେ ଚର୍ଚ୍ଚା ହେଉଛି। ପୂର୍ବରୁ ଜଣେ ବ୍ୟବସାୟୀ ଚୋରା ସୁନା କ୍ରୟ କରି ଜେଲ ଯାଇ ବେଲରେ ଆସିଥିଵାର ନଜିର ରହିଛି।ସମୟ ବଡ଼ ବଳବାନ ଦେଖା ଯାଉ ଏମାନଙ୍କୁ ଭାଗ୍ୟ କେତେଦିନ ସାଥ ଦେଉଛି। ଜି ଏସ ଟି ଫାଙ୍କି ବାରେ ମଧ୍ୟ ଏମାନେ ସିଦ୍ଧ ହସ୍ତ ବୋଲି ଶୁଣିବାକୁ ମିଳୁଛି l ଇଡି କିମ୍ବା ଆଇ ଟି କୁ ଵି ଏମାନଙ୍କ ଭୟ ନାହିଁ ସୁନା ଏବଂ ଟଙ୍କା ଦେଇ ବିଭାଗୀୟ ଅଧିକାରୀ ଙ୍କୁ ପକେଟ ରେ ଧରି ବୁଲୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଚୋରା ସୁନା କିଣିବା ଏବଂ କାରବାର କରିବାରେ ଏମାନେ ସିଦ୍ଧ ହସ୍ତ ବୋଲି ଲୋକେ କହିଲେଣି ତେଣୁ ଆୟାକର ବିଭାଗ ଏବଂ ପୋଲିସ ପ୍ରଶାସନ ଚଢ଼ାଉ କଲେ ଅନେକ ଗୁମର ଖୋଲିବ..
