ଯୁବତୀଙ୍କୁ ବୀଭତ୍ସ ହତ୍ୟା, ବିଲରୁ ମୃତଦେହ ଉଦ୍ଧାର

add-all

ଜଗତସିଂହପୁର: ନିର୍ବନ୍ଧ ସରିଥିଲା, ଆଉ କିଛି ଦିନ ପରେ ବାଜିଥାନ୍ତା ସେହେନାଇ ।  ହେଲେ ତା ପୂର୍ବରୁ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ବପ୍ନ । ବାହାଘର ପୂର୍ବରୁ ଯୁବତୀଙ୍କୁ ହତ୍ୟା । ବିଲରୁ ଉଦ୍ଧାର ହେଲା ଅର୍ଦ୍ଧଉଲଗ୍ନ ମୃତଦେହ ।

ଜଗତସିଂହପୁର ଥାନା କାଠିଆପଡ଼ାରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ଡଲି ଓରଫ୍ ସସ୍ମିତା ଦାସ । ମୃତ ଯୁବତୀ ପଡିଶା ଘରକୁ ଯାଉଥିବା କହି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁର ଏକ ବିଲରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଝିଅକୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି । ଗତ ୧୯ ତାରିଖରେ ମୃତ ଯୁବତୀଙ୍କ ନିର୍ବନ୍ଧ ସରିଥିବା ବେଳେ, ହଠାତ ନିଖୋଜ ହେବା ଏବଂ ମୃତଦେହ ମିଳିବା ନେଇ ସସପେନସ ଲାଗି ରହିଛି ।

nis-ad
Leave A Reply

Your email address will not be published.