ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଲେ ଅମିତ ଶାହ

add-all

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମ୍‌ରେ ଏକ ନିର୍ବାଚନୀ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଏଥର କଂଗ୍ରେସ ଦଳ ବଙ୍ଗଳାରେ ତା’ର ଖାତା ମଧ୍ୟ ଖୋଲିପାରିବ ନାହିଁ। ତାଙ୍କ ଭାଷଣରେ ଅମିତ ଶାହ ଦାବି କରିଥିଲେ ଯେ ପଶ୍ଚିମବଙ୍ଗର ଲୋକମାନେ ଏବେ କଂଗ୍ରେସ ଦଳକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବଂ ରାଜ୍ୟରେ ଏହାର କୌଣସି ସମର୍ଥନ ଆଧାର ନାହିଁ। ବିଜେପି ଦ୍ରୁତ ଗତିରେ ଶକ୍ତି ବୃଦ୍ଧି କରୁଛି ।ଏବଂ ଆଗାମୀ ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବ। ରାଲି ସମୟରେ ଶାହା ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ସେମାନେ କେବଳ କ୍ଷମତା ପାଇଁ ରାଜନୀତି କରନ୍ତି। କର୍ମୀମାନଙ୍କୁ ଉତ୍ସାହିତ କରି ସେ ଘୋଷଣା କରିଥିଲେ ଯେ ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି, ଏବଂ ଲୋକମାନେ ବିଜେପି ସହିତ ଠିଆ ହୋଇଛନ୍ତି। ଶାହଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ବୟାନବାଜିକୁ ଆହୁରି ତୀବ୍ର କରିଥିଲା।

ଶାହ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ସେ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି। ଭବିଷ୍ୟତରେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଜଣେ ସ୍ଥାନୀୟ ବଙ୍ଗଳା ଭାଷାଭାଷୀ ବ୍ୟକ୍ତି ହେବେ। ଏବଂ କେବଳ ବିଜେପି କର୍ମୀମାନେ ରାଜ୍ୟ ଦାୟିତ୍ୱ ନେବେ। ରାଲିରେ ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଯଦି ବିଜେପି ସରକାର ଗଠନ ହୁଏ, ତେବେ ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟରେ ୩୦୦୦ ଜମା କରାଯିବ। ଏହା ସହିତ, ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଅନୁଯାୟୀ ଡିଏ ଲାଗୁ କରାଯିବ। ଏବଂ ବେକାର ଯୁବକମାନଙ୍କୁ ମଧ୍ୟ ୩୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ। ଅମିତ ଶାହ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ କଲକତା ମେଟ୍ରୋକୁ ତିନିଗୁଣ ବିସ୍ତାର କରାଯିବ। ଏବଂ ସହରର ବିକାଶ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି।

ad-week
Leave A Reply

Your email address will not be published.