ପଶ୍ଚିମବଙ୍ଗରେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ଟିଏମସିର ଆକ୍ରମଣ

add-all

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଆଜି ଅନେକ ହିଂସା ଦେଖିବାକୁ ମିଳିଛି। ଜଣେ ବିଜେପି ପ୍ରାଥୀଙ୍କ ପୋଲିଂ ଏଜେଣ୍ଟଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଚଞ୍ଚଳ ବିଧାନସଭା ବିଜେପି ପ୍ରାର୍ଥୀ ରତନ ଦାସଙ୍କ ପୋଲିଂ ଏଜେଣ୍ଟ ଲକ୍ଷ୍ମଣ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ମାଲଦାରେ ତାଙ୍କ ଉପରେ ଟିଏମସି କର୍ମୀମାନେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏକ ପୋଲିଂ ବୁଥ୍ ଆଡକୁ ଯାଉଥିବା ସମୟରେ ଟିଏମସି କର୍ମୀମାନେ ମୋ ଉପରେ ଆକ୍ରମଣ କରିଛନ୍ତି। ସେମାନେ ଉକ୍ତ ବୁଥରେ ୧୫୦ରୁ ୨୦୦ ଭୋଟରଙ୍କୁ ଭୋଟ୍ ଦେବାକୁ ଦେଉ ନଥିଲେ। ପ୍ରତିବାଦ କରିବାରୁ ସେମାନେ ମୋ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି।

nis-ad
Leave A Reply

Your email address will not be published.