ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ, ମେ ଶେଷ ସପ୍ତାହ ସୁଦ୍ଧା ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ 

add-all

ଭୁବନେଶ୍ୱର : ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ  ।  ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ  ।   ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) ।  ଅନ୍ୟପଟେ ଟେନସନ ବଢାଇଛି ଆଉ ଏକ ଖବର ।  ଫେରୁଛି ‘ଏଲ୍ ନିନୋ’ ।  ବଢ଼ିବ ପ୍ରଚଣ୍ଡ ଖରା । ଓଲଟପାଲଟ ହେବ ବର୍ଷା! । ସମୁଦ୍ର ହେଉଛି ଗରମ ।

ବିଶ୍ୱ ପାଣିପାଗ ସଂସ୍ଥା (WMO) ଅନୁଯାୟୀ, ମେରୁ ଜୁଲାଇ ମଧ୍ୟରେ ‘ଏଲ୍ ନିନୋ’ ଆରମ୍ଭ ହୋଇପାରେ। ସମୁଦ୍ର ପୃଷ୍ଠର ତାପମାତ୍ରା ଖୁବ୍ ଶୀଘ୍ର ବଢ଼ୁଥିବାରୁ ଏହାର ଆଶଙ୍କା ଦେଖାଦେଇଛି। ପ୍ରଭାବରେ ପୃଥିବୀର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ଅନୁଭୂତ ହେବ। ଯେତେବେଳେ ପ୍ରଶାନ୍ତ ମହାସାଗରର ପାଣି ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ହୋଇଯାଏ, ସେହି ଅବସ୍ଥାକୁ ‘ଏଲ୍ ନିନୋ’ କୁହାଯାଏ। ଏହା ସାରା ଦୁନିଆର ପାଣିପାଗକୁ ବଦଳାଇ ଦିଏ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଏଥର ଏଲ୍ ନିନୋ ବେଶ୍ ଶକ୍ତିଶାଳୀ ହୋଇପାରେ। ଏପ୍ରିଲ୍ ପରେ ଏହା କେତେ ଭୟଙ୍କର ହେବ, ସେ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବ। ସାଧାରଣତଃ ଏହି ପ୍ରକ୍ରିୟା ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ। ଏଲ୍ ନିନୋ ଯୋଗୁଁ ବିଶ୍ୱର ତାପମାତ୍ରା ବଢ଼ିଯାଏ। ପୂର୍ବରୁ ୨୦୨୪ ମସିହା ସବୁଠାରୁ ଗରମ ବର୍ଷ ହେବାର ମୁଖ୍ୟ କାରଣ ମଧ୍ୟ ଏଲ୍ ନିନୋ ଥିଲା।

ଏଲ ନିନୋ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହୁଏ ତ କେଉଁଠି ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ବିଶେଷ କରି ଦକ୍ଷିଣ ଏସିଆ ଓ ଅଷ୍ଟ୍ରେଲିଆ ଆଦି ଅଞ୍ଚଳରେ ମରୁଡ଼ି ବା କମ୍ ବର୍ଷାର ସମ୍ଭାବନା ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଏଲ୍ ନିନୋର ପ୍ରଭାବ ଆହୁରି ଭୟଙ୍କର ହୋଇପାରେ । ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହଠାତ୍ ପ୍ରବଳ ବର୍ଷା ହେବ। ପ୍ରତିଟି ଏଲ୍ ନିନୋ ଅଲଗା ପ୍ରକାରର ହୋଇଥାଏ । ତେଣୁ ଏଥର ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ କି ପ୍ରଭାବ ପକାଉଛି, ତାହା ଆଗାମୀ ମାସଗୁଡ଼ିକରେ ଅଧିକ ସ୍ପଷ୍ଟ ହେବ।

nis-ad
Leave A Reply

Your email address will not be published.