ଟ୍ରେନରୁ ଖସି ଶ୍ୱଶୁର, ଜ୍ୱାଇଁ ମୃତ

add-all

ରାୟଗଡା : ବିଶାଖାପାଟଣାରେ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଘଟଣ । ଟ୍ରେନରୁ ଖସି ରାୟଗଡାରେ ଶ୍ୱଶୁର ଓ ମୁନିଗୁଡା ନିକଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ କିକିଆ ଗାଁରେ ଜଣାପଡିଛି । ୮୦ ବର୍ଷୀୟ ଶ୍ୱଶୁର ଲିଙ୍ଗରାଜ ସାହାଙ୍କ ମୃତଦେହ ରାୟଗଡା ୫ ନମ୍ବର ପ୍ଲାଟଫର୍ମରେ ମିଳିଛି ।

ସେପଟେ ୬୨ ବର୍ଷୀୟ ଜ୍ୱାଇଁ ସୁଦାମ ନୟାକଙ୍କ ମୃତଦେହ ଦହିଖାଲ ଷ୍ଟେସନ ନିକଟରେ ମିଳିଛି । ଉଭୟଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଜ୍ୱାଇଁଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣି ବ୍ୟବଛ୍ଛେଦ କରାଯାଇଛି । ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର ହୋଇଛି । ମୁନିଗୁଡା ଜିଆରପି ପୋଲିସ  ଅଧିକ ତଦନ୍ତ  ଜାରି ରଖିଛି ।

nis-ad
Leave A Reply

Your email address will not be published.